Latest Odisha News

ପାଣି ସୁଅରେ ଭାସିଗଲା ଟ୍ରକ, ଡ୍ରାଇଭର ମୃତ

ପାଟଣା: ଲଗାଣ ବର୍ଷା ଯୋଗୁଁ ବେହାଲ କେନ୍ଦୁଝର ଜିଲ୍ଲା । କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ବୈତରଣୀ ନଦୀର ଛୋଟ ପୋଲ ଉପରେ ପାଣି ଚାଲୁଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସମ୍ପୂର୍ଣ୍ଣ ବୁଡିଯାଇଛି । ପ୍ରଖର ସ୍ରୋତରେ ଟ୍ରକ୍ ଭାସି ଯାଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ ।

BjdElectrycity

ସେହିପରି ପାଟଣା ଢେଙ୍କିକୋଟ ରାସ୍ତାର ସ୍ବାମୀ ନାଳ ପୋଲ ଉପରେ ଏକ ଧାନ ବୋଝେଇ ଟ୍ରକ୍ ପାଟଣା ପଟକୁ ଆସୁଥିବା ବେଳେ ପ୍ରଖର ସ୍ରୋତରେ ଟ୍ରକଟି ଭାସି ଯାଇଛି । ଟ୍ରକର ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀଙ୍କ ପ୍ରୟାସ ଜାରି ରହିଛି ।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କେନ୍ଦୁଝରରୁ ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଛି ।

Leave A Reply

Your email address will not be published.