Latest Odisha News

BREAKING NEWS

ବଢୁଛି ମହାନଦୀ; କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଲଗାଣ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର । ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀରେ ୯ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ଦେଖାଦେଇଛି।

କଟକ କହ୍ନେଇପୁର ଅଞ୍ଚଳରେ ନଦୀ କୂଳିଆ ଘର ସବୁ ପାଣି ଭିତରେ ବୁଡ଼ି ରହିଛି । ସୂଚନାନୁସାରେ ଜଳବନ୍ଦୀ ଥିବା ଏକ ଘରର ୯ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ମହାନଦୀରେ ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ପୁରୀ, କଟକ, ନୟାଗଡ,ଖୋର୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଭଳି ୬ଟି ଜିଲ୍ଲା ପ୍ରଶାସନକୁ ଆଲର୍ଟ ଜାରି କରିଛନ୍ତି।

ମହାନଦୀ ତଳମୁଣ୍ଡରେ ଅର୍ଥାତ୍ ଆଠମଲ୍ଲିକ, ବରମୂଳ, ବୁର୍ଲା, ହୀରାକୁଦ, କଣ୍ଟାମାଳ, କେସିଙ୍ଗା, ଖଇରମାଳ, ଟିକରପଡା, ବୌଦ୍ଧ ଆଦି ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି।

Leave A Reply

Your email address will not be published.