Latest Odisha News

BREAKING NEWS

ଆଜିଠୁ ଭୁବନେଶ୍ୱରରେ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ରୂପ ନେଉଛି କରୋନା ଭୁତାଣୁ । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏହା କାୟା ମେଳାଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଏହି ସେରୋ ସର୍ଭେ ଭୁବନେଶ୍ୱର ମହାନଗର ନିଗମର ପ୍ରଶାସନିକ ଅଧିକାରୀ ଓ RMRCର ଟେକ୍ନିକାଲ ମିଳିତ ଭାବେ କରିବା ନେଇ ସୂଚନା ମିଳିଛି ।

ସୂଚନାନୁସାରେ, ବିଏମସିର ୨୫ ଟି ୱାର୍ଡରେ ଦ୍ଵିତୀୟ ପର୍ଯ୍ୟାୟରେ ସେରୋ ସର୍ଭେ ହେବ । ପ୍ରଥମ ଦିନରେ ୧୫ ଶହ ନମୁନା ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

ଗୁରୁବାର ସୁଦ୍ଧା ଭୁବନେଶ୍ବରରୁ ମୋଟ ୮୬୪୭ ଜଣ ପିଜିଟିଭ ଚିନ୍ହଟ ହୋଇଛନ୍ତି।

Leave A Reply

Your email address will not be published.