Latest Odisha News

BREAKING NEWS

ଆସୁଛି ପ୍ରଳୟଙ୍କାରୀ ବନ୍ୟା ! ୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଗତ ୨ ଦିନ ହେଲା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି । ତେବେ ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ଆଶଙ୍କା କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ବନ୍ୟାର ଯଥେଷ୍ଟ ସମ୍ଭାବନା ରହିଥିଲେ ମଧ୍ୟ ଛୋଟ ଓ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ ।

ରାଜ୍ୟର ସମ୍ବଲପୁର, ବରଗଡ଼, କଳାହାଣ୍ଡି, ବାଲେଶ୍ୱର, ଜଗତସିଂହପୁ, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାମାନଙ୍କରେ ବର୍ଷା ହୋଇଛି ।

ଓଡ଼ିଶାର ୬ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା – ଯାଜପୁର, କଟକ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ।

ଭଦ୍ରକ ଜିଲ୍ଲାର ଆଖୁଆପଦା ନିକଟରେ ବୈତରଣୀ ବିପଦ ସଙ୍କେତ ଟପି ଯାଇଛି । ଏହା ଫଳରେ ଧାନମଣ୍ଡଳ ଓ ଭଣ୍ଡାରୀପୋଖରୀ ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଆଜି ସନ୍ଧ୍ୟାରେ ମୁଣ୍ଡଳୀଠାରେ ପ୍ରାୟ ୮କ୍ୟୁସେକ ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେବ ବୋଲି ଶ୍ରୀ ସେଠୀ କହିଛନ୍ତି ।

ରାଜ୍ୟର ବନ୍ୟା ଆଶଙ୍କା କରାଯାଉଥିବା ଜିଲ୍ଲାବାସୀମାନଙ୍କୁ ତଳିଆ ଅଞ୍ଚଳରୁ ଉପର ଅଞ୍ଚଳରେ ଥିବା ନିରାପଦ ସ୍ଥାନକୁ ଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.