Latest Odisha News

BREAKING NEWS

ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି

ସମ୍ବଲପୁର: ସମ୍ବଲପୁର ସହରରେ ଗତକାଲି ଠାରୁ ଲଗାଣ ବର୍ଷାରେ ସାରା ସହର ଜଳାର୍ଣ୍ଣବ ହୋଇଛି । ସବୁଆଡ଼େ ପାଣିର ଲହଡ଼ି ଖେଳୁଛି ।

ରାସ୍ତାଘାଟର ପାଣି ଘରେ ଘରେ ପ୍ରବେଶ କରିବା ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବନ୍ୟା ଆଶ୍ରୟସ୍ଥଳୀ ।

ସମ୍ବଲପୁର ସହରରେ ୪୭୨ଏମଏମ ବର୍ଷା ରେକର୍ଡ଼ କରାଯାଇଛି । ଏବେବି ବର୍ଷା ଜାରି ରହିଥିବାରୁ ସହରର ହାଉସିଂବୋର୍ଡ଼ କଲୋନୀ, ବୁଢାରଜା, ଏସ ଆର ଆଇ ଟି, ମୁଦୀପଡ଼ା, ଦଲଦଳିପଡ଼ା, କ୍ଷେତରାଜପୁର, ପୁଟିବନ୍ଧ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ସମ୍ବଲପୁର ଜିଲ୍ଲାର କିଛି ଗ୍ରାମରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ନୂଆଁ ଟିକର ଗାଁରେ ରିଲିଫ କେନ୍ଦ୍ରକୁ ଯାଉଥିବା ବେଳେ ବନ୍ୟା ପାଣିରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି ।

Leave A Reply

Your email address will not be published.