Latest Odisha News

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଶରାଧାବାଲିର ପବିତ୍ର ପଥରେ ତିନିରଥ ଗଡ଼ିଲା । ଘଣ୍ଟ ଘଣ୍ଟା ବାଦ୍ୟରେ , ଚାମର ଆଲଟ ପତାକାରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହେଲା । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ସବା ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସରଧାବାଲିରେ ଶ୍ରୀମନ୍ଦିର ବଡ଼ଦାଣ୍ଡ ଆଡ଼କୁ ଗଡ଼ିଲା ।

ଆଜି ବାହୁଡ଼ା ଦଶମୀରେ ରଥାରୂଢ ତିନିଠାକୁରଙ୍କୁ ଦର୍ଶନ କରିବାକୁ ଏବଂ ବାହୁଡ଼ା ରଥ ଟାଣିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ପୁରୀରେ ହୋଇଛି । ପ୍ରବଳ ବର୍ଷା ସତ୍ତ୍ୱ ଅଗଣିତ ଭକ୍ତ ଛୁଟିଛନ୍ତି ପୁରୀ ବାହୁଡ଼ା ଉତ୍ସବ ଲାଗି ।

ଆଜି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଛି । ମହାପ୍ରଭୁ ଯେମିତି ଅଥୟ ହୋଇଗଲେଣି ଶ୍ରୀଲକ୍ଷ୍ମୀ ସାଆନ୍ତାଣୀଙ୍କ ଘର ଶ୍ରୀମନ୍ଦିରକୁ ଯିବାକୁ । ଗଜପତି ମହାରାଜା ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ରଥରେ ଛେରା ପହଁରା ସମାପ୍ତ କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କାର୍ଯ୍ୟ ସମାପ୍ତ କରିଥିଲେ ।

ଛେରାପହଁରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଚାରମାଳ ରଥରୁ କଢାଯାଇ ରଥଟଣା ଆରମ୍ଭ ହୋଇଥିଲା । ଆଜି ଶ୍ରୀମନ୍ଦିର ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଭାବେ ବାହୁଡ଼ା ଉତ୍ସବ ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

Leave A Reply

Your email address will not be published.