Latest Odisha News

BREAKING NEWS

ବନ୍ୟାରେ ବେହାଲ ଯାଜପୁର: ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ବନ୍ୟାରେ ବେହାଲ ଯାଜପୁର। ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ସମେତ ୩ଟି ପ୍ରମୁଖ ନଦୀରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ଏଥିରେ ଜିଲ୍ଲାର କୋରାଇ, ସୁକିନ୍ଦା, ଦାନଗଦୀ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ରସୁଲପୁର, ଧର୍ମଶାଳା ଓ ବରୀ ଆଦି ୧୦ଟି ବ୍ଲକର ୧୩୮ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି।

ଯାଜପୁର ଜିଲ୍ଲାର ବରୀ ଠାରେ ବନ୍ୟା ପରିସ୍ଥିତି ସଂଗୀନ ରହିଛି। ଜିଲ୍ଲାପାଳ ରଂଜନ କୁମାର ଦାସ ବରୀ ବ୍ଲକରେ ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟା ସମୀକ୍ଷା କରିବା ନିମନ୍ତେ ପହଞ୍ଚିଛନ୍ତି

ବର୍ତ୍ତମାନ ବୈତରଣୀ ସମେତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ତେବେ ଜିଲ୍ଲାରେ ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି।ଚଳିତ ବନ୍ୟାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏନ.ଡି.ଆର.ଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comments are closed.