Latest Odisha News

BREAKING NEWS

ଲାଲ କିଲ୍ଲା ଉପଦ୍ରବ: ଚାର୍ଜଶିଟ ଦାଖଲ କଲା ଦିଲ୍ଲୀ ପୋଲିସ, ସବୁ କିଛି ସୁଚିନ୍ତିତ ଷଡଯନ୍ତ୍ର ଥିଲା

ନୂଆଦିଲ୍ଲୀ: ଜାନୁୟାରୀ ୨୬ରେ କୃଷକ ସଂଗଠନ ପକ୍ଷରୁ ଲାଲ କିଲ୍ଲାରେ ଉପଦ୍ରବ କରାଯାଇଥିଲା । ଏ ନେଇ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଆଜି ୩୨୨୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି । ସବୁ କିଛି ସୁଚିନ୍ତିତ ଷଡଯନ୍ତ୍ର ଥିଲା । ଲାଲ କିଲ୍ଲାକୁ କବଜାକୁ ନେଇ କୃଷକମାନେ ସେଠାରେ ଧାରଣା କରିବା ପାଇଁ ଯୋଜନା କରିଥିଲେ । ଟ୍ରାକ୍ଟର ରାଲୀରେ କୃଷକମାନେ ବହୁ ସଂଖ୍ୟାରେ ଲାଲ କିଲ୍ଲାରେ ପଂହଚି ହିଂସାକାଣ୍ଡ ରଚିଥିଲେ ।

ଏଥିରେ ଦିଲ୍ଲୀ ପୋଲିସ ସମେତ ସୁରକ୍ଷା ଏଜେନ୍ସିର ୫୦୦ରୁ ଅଧିକ ଆହତ ହୋଇଥିଲେ । ୪୪ ଏଫଆଇଆର ରୁଜୁ କରାଯିବା ସହ ୧୫୦ ଜଣଙ୍କୁ ସମ୍ପୃକ୍ତ ଘଟଣାରେ ଗିରଫ କରାଯାଇଛି । ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ବଦନାମ କରିବା ଏହାର ଉଦ୍ଦେଶ୍ୟ ଥିଲା ।

Leave A Reply

Your email address will not be published.