ଆଠଗଡ: ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସବୁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଠଗଡ ବଡମ୍ବା ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପଶିଛି । ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି । ମହାନଦୀରେ ଜଳସ୍ତର ବଢିଥିବାବେଳେ ଚଳିତ ବର୍ଷ ଦ୍ବିତୀୟଥର ପାଇଁ ବନ୍ୟା ଜଳ ମାଆଙ୍କ ମନ୍ଦିରରେ ପଶିଛି । ମନ୍ଦିର ଭିତରେ ୩ ଫୁଟର ବନ୍ୟା ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି ।
ଫଳରେ ପାହାଡ଼ ଉପରେ ଥିବା ମା ’ଙ୍କ ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର ହୋଇଛନ୍ତି ମା’ ଭଟ୍ଟାରିକା । ଦେବୋତ୍ତର ବିଭାଗ ଉପସ୍ଥିତି ରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯାଇଛି । ମା ଭଟ୍ଟାରିକାଙ୍କୁ ଗତକାଲି ରାତି ୨ଟାରେ ସେଠାକୁ ସ୍ଥାନାନ୍ତର କରାଯାଇଥିଲା । ଅସ୍ଥାୟୀ ପୂଜାସ୍ଥଳରେ ଆଜି ସକାଳୁ ମା’ ଙ୍କ ସକାଳ ଧୂପ ସହିତ ମଙ୍ଗଳ ଆଳତି, ମଇଲମ୍ ,ବଲ୍ଲଭ ଭୋଗ ହୋଇଛି ।
Comments are closed.