Latest Odisha News

BREAKING NEWS

ଫୁଲରେ ଫୁଲରେ ଏରୋପ୍ଲେନ୍‌

ଦୁବାଇ: ଅନେକ ହୁଏତ ଶୁଣିିଥିବେ ଦୁବାଇର ମିରାକଲ୍ ଗାର୍ଡେନ ସତରେ ପୃଥିବୀରେ କାଳ୍ପନିକ ସ୍ୱର୍ଗର ଅନୁଭୂତି ଆଣିଦେଇଥାଏ । କାରଣ ଏଠି ଚାରିଆଡ଼େ ରଙ୍ଗବେରଙ୍ଗର ଓ ଅସରନ୍ତି ପ୍ରକାରର ଫୁଲର ପସରା ଦେଖିବାକୁ ମିଳେ । ତାସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି ଦର୍ଶକଙ୍କୁ ଆନମନା କରିଦିଏ । ଯିଏ ଥରେ ଏଠାକୁ ଯାଇଛି ଜୀବନସାରା ଭୁଲିପାରେନା ସେହି ମନଲୋଭା ସୌନ୍ଦର୍ଯ୍ୟକୁ ।

୨୦୧୬ ମସିହା ଡିସେମ୍ବର ୨ ତାରିଖରେ ଏହି ମିରାକଲ୍ ଗାର୍ଡେନ୍ ସର୍ବସାଧାରଣଙ୍କ ପାଇଁ ଉନ୍ମକ୍ତ ହୋଇଥିଲା । ତିଆରି ହୋଇଥିଲା ବିଭିନ୍ନ ଫୁଲରେ ବିଭିନ୍ନ କଳାକୃତି । ଏଇ ଯେମିତି ଏମିରେଟ୍ ଏୟାରବସ୍ । ୭୩ ମିଟର ଲମ୍ବ ବିଶିଷ୍ଟ ଏହି କଳାକୃତିଟି ୫,୦୦,୦୦୦ ସତସତିକା ଫୁଲଗଛରେ ତିଆରି ହୋଇଥିଲା । ଯେତେବେଳେ ଏହି ଗଛରେ ଫୁଲ ଫୁଟିଲା ୫ ମିଲିୟନ ଫୁଲରେ ଏୟାରବସ୍ ଏ-୩୮୦ ଚମତ୍କାର ଦେଖାଯାଉଥିଲା । ରଙ୍ଗିନ୍ ଓ ଆକର୍ଷଣୀୟ ଏହି ଫୁଲର ଏରୋପ୍ଲେନ୍ ବିଶ୍ୱର ସବୁଠାରୁ ବଡ଼ ଫ୍ଲାୱାର ଆରେଞ୍ଜମେଣ୍ଟ ଭାବେ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା ।

Comments are closed.