କଟକ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ । ଏହାର ପ୍ରଭାବରେ ସମସ୍ତ ମଠ ମନ୍ଦିର ଏକ ପ୍ରକାର ଭକ୍ତ ଶୂନ୍ୟ ହୋଇଛନ୍ତି । ଏବେ ମନ୍ଦିର ମାନଙ୍କରେ ଆଉ ଗୋଟିଏ ବଡ ସମସ୍ୟା ମୁଣ୍ଡ ଟେକିଛି ଫୁଲର ଅଭାବ । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଟକର ଆରଧ୍ୟା ଦେବୀ ମା କଟକ ଚଣ୍ଡି ମନ୍ଦିରରେ ।
ଯେଉଁଠି ପ୍ରତିଦିନ ପ୍ରଚୁର ପରିମାଣର ଫୁଲରେ ସଜେଇ ହୋଇ ମା’ କଟକ ଚଣ୍ଡି ନିଜ ଭକ୍ତଙ୍କୁ ଦେଉଥିଲେ ଦର୍ଶନ, ଆଜି ଅଳ୍ପେ ବହୁତେ ଫୁଲରେ ହେଉଛନ୍ତି ସଜ୍ଜିତ । ଯାହାଫଳରେ ନିତିନିୟମ ଅନୁସାରେ ମଧ୍ୟ ଫୁଲ ଲାଗି ସହିତ ବେଲପତ୍ର କି ପଇଡ ଲାଗିି ହୋଇପାରୁନାହିଁ ।
ଅପରପଟେ ଭକ୍ତଙ୍କ ପୁଲ ଦାନ ଉପରେ କଟକଣା ଯୋଗୁଁ ଭକ୍ତ ବି ନିରାସ।
ଯେ କୌଣସି ମନ୍ଦିର ହେଉ ନା କାହିଁକି ମବା ଦେବୀଙ୍କୁ ସୁସଜ୍ଜିତ ଫୁଲରେ ଦର୍ଶନ କରିବାର ଆକର୍ଷଣ ଭିନ୍ନ ରହିଥାଏ । ଭକ୍ତ ଟିଏ ମଧ୍ୟ ଫୁଲରେ ସଜ୍ଜିତ ପ୍ରଭୁଙ୍କ ଦର୍ଶନ କରିଲେ ଭାବବିହୋଲ ହୋଇଥାଏ । ମାତ୍ର ପରିସ୍ଥିତି ଆଜି ଏପିରି ଆସିଛି ସବୁଠି କଟକଣା ।
ଯାହାଫଳରେ ଭକ୍ତର ଭକ୍ତିର ଫୁଲ ଟିଏ ଆଜି ମନ୍ଦିର ଏରୁଣ୍ଡି ଡେଇଁ ଯାଇପାରୁନାହିଁ । ଯେଉଁଥିପାଇଁ ଏବେ ମନ୍ଦିର ମାନଙ୍କରେ ଦେଖିବାକୁ ମିଳୁଛି ଫୁଲର ଅଭାବ ।
ଦିନେ ଯେଉଁଠି ହଜାର ହଜାର ଭକ୍ତ ଭକ୍ତିରେ ଅଜାଡି ଦେଉଥିବା ଫୁଲରେ ମା ସୁସଜ୍ଜିତ ହୋଇଥାନ୍ତି ଆଜି ସେହି ମା କଟକ ଚଣ୍ଡିଙ୍କୁ କିଛିଟା ଫୁଲରେ ସଜ୍ଜାଇବାକୁ ପଡିଛି । ମନ୍ଦିରରେ ମାଙ୍କ ନିମନ୍ତେ ଫୁଲର ଆବଶ୍ୟକତା ରହିଥିବା ଦର୍ଶାଇ ପ୍ରଶାସନକୁ ଏ ବାବଦରେ କିଛି ଧ୍ୟାନ ଦେବା ପାଇଁ ଗୁହାରୀ କରିଛନ୍ତି ଚଣ୍ଡି ମନ୍ଦିର ପୂଜକ ।
Comments are closed.