Latest Odisha News

ଚୀନକୁ ଫେରିଲା କରୋନା: ରୁଷ ସୀମାରେ ଥିବା ଶୁଲାନ ସହରରେ ୧୭ ଜଣ ସଂକ୍ରମିତ

ବେଜିଂ: ଚୀନ ପାଇଁ ଭସ୍ମାସୁର ସାଜିଛି କରୋନା । ରୁଷ ସୀମା ନିକଟରେ ଅବସ୍ଥିତ ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସରକାର ଶୁଲାନ ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । ଏକ ଲଣ୍ଡ୍ରି ଦୋକାନରୁ ଏହା ବ୍ୟାପିଛି ବୋଲି କୁହାଯାଉଛି । ୪୫ ବର୍ଷୀୟ ଜଣେ ମହିଳାଙ୍କ ଲଣ୍ଡ୍ରିରେ ଲୁଗା ସଫା କରାଇଥିବା ଅଧିକାଂଶ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ମହିଳାଙ୍କ ସ୍ବାମୀ, ଭଉଣୀ ଓ ପରିବାରର ଆଉ କେତେଜଣ ସଦସ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।

BjdElectrycity

ମହିଳାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିବା ବେଳେ ସେ କେମିତି ସଂକ୍ରମିତ ହେଲେ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ତେବେ ସେହି ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନକୁ ତୁରନ୍ତ ବନ୍ଦ କରାଯିବା ସହ ସହରକୁ ହଟ୍‌ସ୍ପଟ୍ ଘୋଷଣା କରାଯାଇ ଲକ୍‌ଡାଉନ କରାଯାଇଛି । ଏହି ସହର ରୁଷ ଓ ନର୍ଥ କୋରିଆ ସୀମାକୁ ଲାଗି ରହିଥିବାରୁ ସେଠାରୁ କେହି ମହିଳାଙ୍କ ସହ ମିଶିଛନ୍ତି କି ନାହିଁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି ।

Leave A Reply

Your email address will not be published.