ଦୁବାଇ: ୧୮୦ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ତେଲ୍ -ଆଭିଭ୍ ଯାଉଥିବା ଫ୍ଲାଏ ଦୁବାଇ ବିମାନର ଗତିପଥ ପରିବର୍ତ୍ତନ
କରାଯାଇଛି । ଏହାସହ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ସୂଚନା ଅନୁସାରେ ଫ୍ଲାଇଟ୍ଟି ତେଲ୍ -ଆଭିଭ୍ ଯାଉଥିବା ବେଳେ ହଠାତ୍ ବେଆଇନ ହସ୍ତକ୍ଷେପ ବା ଅନ୍ୟଏକ ସାଧାରଣ ଜରୁରୀକାଳୀନ ସଙ୍କେତ ଜାରି ହୋଇଥିଲା । ଫଳରେ ପାଇଲଟ୍ ବିମାନକୁ ହାଇଜ୍ୟାକ୍ ଥ୍ରେଟ୍ ଥିବା ଭାବି କିଛି ସମୟ ପରେ ସାଉଦି ଆରବ ଆଡକୁ ମୁହାଁଇ ତାବୁକ୍ ବିମାନ ବନ୍ଦରରେ ଅବତରଣ କରିଥିଲା । ପରବର୍ତ୍ତୀ ସମୟରେ ଅପହରଣ ସମ୍ଭାବନାକୁ ଖାରଜ କରାଯାଇଥିଲା । ଇସ୍ରାଏଲି ସୁରକ୍ଷା ସୁତ୍ର ଅନୁସାରେ ୭୫୦୦ ସିଗନାଲ ଇସ୍ରାଏଲୀ ବାୟୁସେନାର ଲଢୁଆ ବିମାନଗୁଡିକୁ ବିମାନ ଆଡକୁ ଘସିବକୁ ପ୍ରେରଣା ଦେଇଥିଲା । ଜରୁରୀକାଳୀନ ସିଗନାଲ ପଠାଇବା ପରେ ବିମାନଟି ଫ୍ଲାଇଟ୍-ଟ୍ରାକିଂ ୱେବସାଇଟରୁ କିଛି ସମୟ ପାଇଁ ଅଦୃଶ୍ୟ ହୋଇଗଲା । ଯାହା ଘଟଣା ସମ୍ପର୍କରେ ଅନିଶ୍ଚିତତାକୁ ଆହୁରି ବୃଦ୍ଧି କରିଥିଲା । ଇସ୍ରାଏଲର ସୁରକ୍ଷା ସୂତ୍ର ଅନୁସାରେ ବିମାନ ଭିତରେ ପାଇଲଟ ମାନଙ୍କ ମଧ୍ୟରେ ବିବାଦରୁ ଏହି ଘଟଣା ଘଟିଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁ ବିମାନ ସ୍ଥାନାନ୍ତର ପରେ ସେନା ଅଧିକାରୀଙ୍କ ସହ ପରାମର୍ଶ କରିଥିଲେ । ୩ଜଣ ସେନା ସୁରକ୍ଷା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସେନା ପକ୍ଷରୁ ଆଇଡିଏଫ୍ ଚିଫ୍ ଅଫ୍ ଷ୍ଟାଫ୍ ଲେଫ୍ଟନାଂଟ ଜେନେରାଲ ଘଟଣାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି । ଅଧିକାରୀଙ୍କ ମଧ୍ୟରେ ଇସ୍ରାଏଲର ବାୟୂସେନା ମୁଖ୍ୟ , ଅପରେସନ୍ସ ଡାଇରେକ୍ଟରେଟ୍ ମୁଖ୍ୟ ଏବଂ ଇଣ୍ଟେଲିଜେନ୍ସ ଡାଇରେକ୍ଟୋରେଟ୍ ମୁଖ୍ୟ ପ୍ରମୁଖ ସାମିଲ ହୋଇଥିଲେ ।
BREAKING NEWS
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା

Comments are closed.