ନୂଆଦିଲ୍ଲୀ: ଏବେବି ରହସ୍ୟ ଘେରରେ ଡାଇନୋସୋରଙ୍କ ଅସ୍ତିତ୍ୱ। ପ୍ରାୟ ୧୬୬ ନିୟୁତ ବର୍ଷ ପୂର୍ବେ ଡାଇନୋସର ପୃଥିବୀରେ ରହୁଥିବା ଅଧ୍ୟୟନରୁ ଜଣାପଡିଛି। ମାତ୍ର ଏବେ ସେମାନେ ବିଲୁପ୍ତ। ତେବେ ଡାଇନୋସରକୁ ନେଇ କିଛି ଖୁଲାସା କରିଛନ୍ତି ବୈଜ୍ଞାନିକ। ସ୍କଟଲ୍ୟାଣ୍ଡର୍ ସ୍କାଇରୁ ଡେଣାଥିବା ଡାଇନୋସରର କଙ୍କାଳ ଆବିଷ୍କାର ହୋଇଛି।
‘ଜର୍ଣ୍ଣାଲ ଅଫ୍ ଭର୍ଟିବ୍ରେଟ ପାଲେଓଣ୍ଟୋଲୋଜୀ’ରେ ଏନେଇ ଏକ ଆର୍ଟିକିଲ ପ୍ରକାଶ ପାଇଛି। ଗବେଷକ ଦାବି କରିଛନ୍ତି ଯେ, ସେମାନେ ଏକ କିଓଅପଟେରାର କଙ୍କାଳ ଆବିଷ୍କାର କରିଛନ୍ତି। ଯାହା କିଓଅପଟେରା ଇଭାସେ ନାମରେ ଜଣା। ଏହି ଡାଇନୋସର ୧୬୬ରୁ ୧୬୮ ନିୟୁତ ବର୍ଷ ପୂର୍ବେ ମଧ୍ୟ ଜୁରାସିକ୍ ଯୁଗ ସମୟରେ ଦେଖାଯାଉଥିଲେ। ବଡ଼ କଥା ହେଉଛି ଏହି ଡାଇନୋସରର ମୁଳତଃ ଚୀନ୍ର। ଏହି ଗବେଷଣାରେ ୟୁନିଭର୍ସିଟି ଅଫ୍ ବ୍ରିଷ୍ଟୋଲ, ୟୁନିଭର୍ସିଟି ଅଫ୍ ଲେସେଷ୍ଟର, ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏବଂ ୟୁନିଭର୍ସିଟର ଅଫ୍ ଲିଭରପୁରଲର ବୈଜ୍ଞାନିକମାନେ ସାମିଲ ଥଲେ।୨୦୦୬ରେ ସ୍କଟଲ୍ୟାଣ୍ଡ୍ର ଆଇସଜ ସ୍କାଇର ଲୋକ ସ୍କାଭିଗର ଉପକୂଳରେ ଥିବା ଏକ ଛୋଟ ବିଚ୍ରୁ ପ୍ରଥମ ଥର ଏହି କିଓଅପଟେରା ଇଭାନ୍ସିର ଅବଶେଷ ଆବିଷ୍କାର ହୋଇଥିଲା। ସେବେଠାରୁ ହିଁ ଗବେଷକମାନେ ମିଳିଥିବା ଅବଶେଷ ଉପରେ ରିସର୍ଚ୍ଚ କରିଆସୁଥିଲେ।
ଗବେଷକ କହିଛନ୍ତି କିଓଅପଟେରା ଇଭାନସି, ଡାରଓ୍ବିନୋପଟେରା ଟେରୋସଜ ବଂଶର । ଡାରଓ୍ବିନୋପଟେରା ଚାଇନାରେ ଦେଖାଯାଉଥିଲେ। ସେଠାରେ ହିଁ ଅଧିକ ପରିମାଣରେ କିଓଅପଟେରାଙ୍କ ଅବଶେଷ ମିଳିଥିଲା। ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ପ୍ରଫେସର ପଲ ବାରେଟ କହିଛନ୍ତି ଏଠାରୁ ଏହି ଡାଇନୋସୋର ପ୍ରଜାତିର ଅବଶେଷ ମିଳିବା ଆଶ୍ଚର୍ଯ୍ୟକର।
Comments are closed.