Latest Odisha News

BREAKING NEWS

ପରିବାର ସଦସ୍ୟଙ୍କୁ ମିଳିଲା ଭାରତରତ୍ନ, ସେଥି ପାଇଁ ବିଜେପିରେ ମିଶୁଛନ୍ତି କି ଆରଏଲଡି ନେତା ଜୟନ୍ତ ଚୌଧୁରୀ?

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ବିଜେତାଙ୍କ ନାଁ। ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ନାତି ତଥା ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ । ସାମ୍ବାଦିକ ସମ୍ମିଳନୀ କରି ଖୁସି ବ୍ୟକ୍ତ କରିବା ସହ ସେ ମୋଦି ସରକାରଙ୍କ ଗୁଣଗାନ କରିଛନ୍ତି।

କେବଳ ସେ ଖୁସି ବ୍ୟକ୍ତ କରିଥିଲେ ତାହା ନୁହେଁ, ତାଙ୍କ ଦ୍ବାରା ନିଆଯାଇଥିବା ରାଜନୈତିକ ପଦକ୍ଷେପ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ପ୍ରଶ୍ନ ଥିଲା ଯେ ସେ ବିଜେପି ସହ ଯିବେ କି? ‘ମୁଁ କେଉଁ ମୁହଁରେ ମେଣ୍ଟ ପାଇଁ ମନା କରିଥାନ୍ତି?’ ସେ ପ୍ରଶ୍ନ କରିଛନ୍ତି । ମୁଁ ଭାରତର ରାଷ୍ଟ୍ରପତି ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ନିଷ୍ପତ୍ତି ସହ ଦେଶର ଭାବନା ଜଡ଼ିତ ରହିଛି। ଏହା ଦର୍ଶାଉଛି ଯେ ପିଏମ ମୋଦୀ ଦେଶର ଭାବନାକୁ ଭଲ ଭାବରେ ବୁଝିଛନ୍ତି । ଅଜିତ ସିଂହଙ୍କ ସ୍ୱପ୍ନ କୁ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

‘ସରକାରଙ୍କ ଏହି ନିଷ୍ପତ୍ତି ସହ ଦେଶର ଭାବନା ଜଡିତ । ମୋଦିଜୀ ପ୍ରମାଣ କରିଛନ୍ତି ଯେ ସେ ଦେଶର ମୌଳିକ ଭାବନାକୁ ବୁଝିଛନ୍ତି । ନରେନ୍ଦ୍ର ମୋଦୀ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହା ପୂର୍ବ ସରକାର ଆଜି ପର୍ଯ୍ୟନ୍ତ କରିପାରିନଥିଲେ। ମେଣ୍ଟ ଓ ଆସନ କଥା ନୁହେଁ, ଆଜିର ନିଷ୍ପତ୍ତି ପିଢ଼ି ପିଢ଼ି ମନେ ରହିବ।’ ବୋଲି ସେ କହିଛନ୍ତି ।

କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିରୁ ସମ୍ପର୍କ ତୁଟାଇ ଏନଡିଏ ସହ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ପରେ ନିଜେ ଏହା ସତ ବୋଲି ମୁହଁ ଖୋଲି କହିଥିଲେ ଜୟନ୍ତ। ତେବେ ତାଙ୍କର ଏପରି ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ବଢ଼ିଯାଇଛି।

Leave A Reply

Your email address will not be published.