Latest Odisha News

BREAKING NEWS

ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କୁ କରୋନା

ନୂଆଦିଲ୍ଲୀ: ଫ୍ଲାଇଙ୍ଗ ଶିଖ ଭାବେ ପରିଚିତ ମହାନ ଆଥଲେଟ ମିଲଖା ସିଂଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ୯୧ ବର୍ଷୀୟ ମିଲଖା ବୁଧବାର ଜଗିଙ୍ଗରୁ ଫେରିରା ପରେ ତାଙ୍କୁ ହଠାତ ଜ୍ୱର ଆସିଥିଲା ପରେ ପରୀକ୍ଷା କରାଯିବାରୁ ଏହା ଜଣା ପଡିଥିଲା ବୋଲି ତାଙ୍କ ପୁତ୍ର ତଥା ଗଲ୍ଫ ଖେଳାଳି ଜିଭ ମିଲଖା ସିଂ କହିଛନ୍ତି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଖୁବ୍ ଶୀଘ୍ର ଭଲ ହୋଇଯିବି ବୋଲି ମିଲଖା ସିଂ କହିଛନ୍ତି ।

୧୯୬୦ ଏବଂ ୧୯୬୪ ଅଲିମ୍ପିକ୍ସରେ ମିଲଖା ସିଂ ଭଲ ପ୍ରଦର୍ଶନ କରି ଭାରତର ସମ୍ମାନ ରଖିଥିଲେ । ତାଙ୍କ ଜୀବନୀ ଉପରେ ଭାଗ ମିଲଖା ଭାଗ ଫିଲ୍ମ ନିର୍ମାଣ ହୋଇଥିଲା ।

Leave A Reply

Your email address will not be published.