Latest Odisha News

BREAKING NEWS

ଝଡ଼ ପରେ ସୁରକ୍ଷିତ ସିଂହ

ଗୁଜୁରାଟ:ନିଜ ବାସସ୍ଥଳୀକୁ ଫେରିଛନ୍ତି ସିଂହ ସଫାରୀ । ସାମୁଦ୍ରିକ ଝଡ଼ ତାଉତେ ଗୁଜୁରାଟରେ ଧ୍ୱଂସ ଲୀଳା ରଚାଇଛି । ଝଡର ତାଣ୍ଡବରେ ପ୍ରବଳ ବର୍ଷା ସହ ବହୁ କ୍ଷୟକ୍ଷତି ହୋଇଛି । ଏବେ ବି ବହୁ ସ୍ଥାନ ପାଣି ଘେରରେ ରହିଥିବା ବେଳେ ବେସାହାରା ହୋଇପଡିଛନ୍ତି ଲୋକେ । ସେହିଭଳି ଗୁଜୁରାଟର ଗିର ଅଭୟାରଣ୍ୟରେ କିଛି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଅଭୟାରଣ୍ୟରେ ରହିଥିବା ସବୁ ସିଂହ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି ।

ବାତ୍ୟା ଛାଡି ଯାଇଥିବା ବେଳେ ସିଂହ ମାନେ ବାହାରକୁ ବାହାରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ବାତ୍ୟା ପରେ ପରେ ସିଂହ ମାନେ ଅଭୟାରଣ୍ୟରେ ଥିବା ଏକ ନାଳକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି । ତେବେ ଭୀଷଣ ଝଡ଼ବାତ୍ୟା ସମୟରେ ସିଂହ ଗୁଡିକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ଏବେ ସୁରକ୍ଷିତ ରହିଥିବା ଜଣାପଡିବା ପରେ ଅଭୟାରଣ୍ୟ କର୍ମଚାରୀ ମାନେ ସିଂହ ମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Leave A Reply

Your email address will not be published.