ତୁର୍କୀ: ଆଜିର ସମୟରେ ଟେକ୍ନୋଲୋଜି ବହୁତ ଅଗ୍ରଗତି କରିଛି । କେବେ ବର୍ଷା, ବାତ୍ୟା ବା ଘୂର୍ଣ୍ଣିଝଡ଼ ହେବ ସେନେଇ ଆମେ ବହୁ ଆଗରୁ ସୂଚନା ପାଇପାରୁଛୁ । ଯାହା ପୂର୍ବରୁ ମିିଳି ପାରୁ ନ ଥିôଲା । ଆମେ ଏସବୁକୁ ରୋକିପାରିବା ନାହିଁ ସତ, କିନ୍ତୁ କ୍ଷୟକ୍ଷତିରୁ ମୁକୁଳି ପାରିବା । ନିକଟରେ ତୁର୍କୀର ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆକାଶରେ ଗୋଟେ ସୋଫା ଉଡ଼ୁଥିବାର ନଜର ଆସିଛି ।
ନିକଟରେ ତୁର୍କୀର ଅଙ୍କାରରେ ପ୍ରବଳ ଝଡବର୍ଷା ହୋଇଥିଲା । ଏହାଦ୍ୱାରା ବହୁ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଏହି ଝଡ଼ର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଥିମଧ୍ୟରୁ ଗୋଟେ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ,ଏକ ସୋଫା ଆକାଶରେ ଉଡୁଛି । ଏହି ସୋଫା ବହୁତ ଦୂରରୁ ଉଡ଼ି ଆସିଥିଲା । ଏତେ ଭାରୀ ପ୍ଲାଷ୍ଟିକ୍ ସୋଫା ପବନରେ ଉଡୁଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଏହା ନିକଟସ୍ଥ ଘରର ଛାତ ଉପରେ ପଡ଼ିଯାଇଥିଲା । ଫଳରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ପବନର ଗତି ଏତେ ଜୋର ଥିଲା ଯେ, କେବଳ ସୋଫା ନୁହେଁ, ଏମିତି ଅନେକ ଜିନିଷ ଏହିପରି ଆକାଶରେ ଉଡୁଥିବାର ଦେଖାଯାଇଥିଲା । ଏହି ଭିଡିଓକୁ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏମିତି ଘଟଣା ଏଠାରେ ପ୍ରଥମ ଘଟିନାହିଁ, ପୂର୍ବରୁ ଅନେକ ଥର ଘଟିଛି ।
Comments are closed.