Latest Odisha News

BREAKING NEWS

ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲା; ଆଜି ହାଜର ହେବେ ଆଇସସି ସଦସ୍ୟ

ବାଲେଶ୍ୱର: ଫୋକିର ମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲା। ଆଜି ହାଜର ହେବେ ICC ସଦସ୍ୟ। ତଦନ୍ତ କମିଟି ପାଖରେ ହାଜର ହେବେ ଆଭ୍ୟନ୍ତରୀଣ କମିଟି ସଦସ୍ୟ। ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ରହିଛି।

FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଆଜି ବାଲେଶ୍ବର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି। ତେବେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି। FM କଲେଜରେ ହାଜର ହେବେ ଆସିସିସି ସଦସ୍ୟ । ବାଲେଶ୍ବର ଶିକ୍ଷା ନିର୍ଦ୍ଦେଶାଳୟର ଏ ନେଇ ନିର୍ଦ୍ଦେଶ ରହିଛି । ଆହତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଛାଡ଼ି ଅନ୍ୟ ୯ ଜଣଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ICC ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଛି ।

ଅନ୍ୟପଟେ ଏହି ଘଟଣାରେ କଲେଜ୍ ନିକଟସ୍ଥ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚର ତନାଘନା । ତଦନ୍ତ ଅଧିକାରୀ ପାଞ୍ଚାଳୀ ରାଉତଙ୍କ ସମେତ ଟିମର ଅନ୍ୟ ଅଧିକାରୀ ପହଞ୍ଚି ତନାଘନା କରିଛନ୍ତି । ପେଟ୍ରୋଲ ପମ୍ପର ସିସିଟିଭି ହାର୍ଡ ଡିସ୍କ ଜବତ ହୋଇଛି । ପେଟ୍ରୋଲ ପମ୍ପ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରାଯାଉଛି ।

ସୂଚନା ଅନୁସାରେ ଗତ ୧୨ ତାରିଖ ମଧ୍ୟାହ୍ନରେ ଏଫଏମ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଲାଇଫ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା ଚାଲିଥିଲା । ୧୦ ଜଣିଆ ବିଶେଷଜ୍ଞ ଦଳ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଶେଷରେ ସେ ଜୀବନ ହାରିଥିଲେ ।

Comments are closed.