ଭୁବନେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ଛଅ ମାସ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟୟ କୁଳାଧିପତି ଡକ୍ଟର ହରିବାବୁ କମ୍ଭମପାଟି। ଜୁଲାଇ ୨୧ ତାରିଖରୁ ଆଗାମୀ ଛଅ ମାସ ଯାଏ ସେ ନିଜର ଦାୟିତ୍ବ ନିର୍ବାହ କରିବେ।
ସୂଚନାଯୋଗ୍ୟ, ୨୦୨୧ ମସିହାରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନାମ ଘୋଷଣା କରିଥିଲେ। ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧିତ) ଆଇନ ୨୦୨୦ର ସେକ୍ସନ ୬ର ସବ୍ ସେକ୍ସନ(୭)ର ସବ୍ ସେକ୍ସନ(୧) ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଥିଲା।
କାର୍ଯ୍ୟରେ ଯୋଗଦେବା ଦିନରୁ ୪ ବର୍ଷ ଲାଗି ପ୍ରଫେସର ତ୍ରିପାଠୀ କୁଳପତି ଦାୟିତ୍ୱରେ ରହିଥିଲେ। ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦ ପଦବିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ କରି ସିବିସିଏସ୍(ଚଏସ୍ ବେସଡ୍ କ୍ରେଡିଟ୍ ସିଷ୍ଟମ) ଲାଗୁ କରାଯାଇଥିଲା।
Comments are closed.