Latest Odisha News

BREAKING NEWS

କରୋନା ସଂକ୍ରମଣ ପାଇଁ ଏଫଏମ ବିଶ୍ୱବିଦ୍ୟାଳୟର ନିଯୁକ୍ତି ସାକ୍ଷାତକାର ଘୁଞ୍ଚିଲା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ସହାୟକ ପ୍ରଫେସର ଏବଂ ସହକାରୀ  ପ୍ରଫେସର ପଦବୀ ପାଇଁ ହେବାକୁ ଥିବା ସାକ୍ଷାତକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏ ସମ୍ପର୍କରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ ଏହି ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ (ଜୁଲୋଜି) ବିଭାଗ ପାଇଁ ପ୍ରଫେସର, ସହକାରୀ ପ୍ରଫେସର ଏବଂ ସହାୟକ ପ୍ରଫେସର ନିଯୁକି ନିମନ୍ତେ ମାର୍ଚ୍ଚ ୨୩ ଏବଂ ୨୫ ତାରିଖରେ ସାକ୍ଷାତକାର ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିନେଇ ସମସ୍ତ ଆବେଦନକାରୀଙ୍କୁ ଜଣାଇ ଦିଆଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.