Latest Odisha News

BREAKING NEWS

କରୋନା ଟିକା ପ୍ରସ୍ତୁତିରେ ଭାରତର ବଡ ଭୂମିକା ରହିବ: ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଟିକା ଆସିପାରେ । କରୋନା ଟିକା ପ୍ରସ୍ତୁତିରେ ଭାରତର ବଡ ଭୂମିକା ରହିବ । ଏନେଇ ଆଜି ‘ଗ୍ଲୋବାଲ୍ ଇଣ୍ଡିଆ ଉଇକ୍’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ମୋଦୀ କହିଛନ୍ତି, ଆମ ବୈଜ୍ଞାନିକ ଅନ୍ତର୍ଜାତୀୟ ମାନର କୋଭିଡ ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ବିଶ୍ୱରେ ପିଲାଙ୍କ ପାଇଁ ଆବଶ୍ୟକ ଟୀକାର ଦୁଇ ତୃତୀୟାଂଶ ଭାରତରୁ ପ୍ରସ୍ତୁତ ହେବ । ମହାମାରୀ କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପ୍ରତି ଧ୍ୟାନ ଦେଇ ନାହିଁ, ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଇଛି ବୋଲି ମୋଦୀ ଭର୍ଚ୍ୟୁଆଲ୍ ସମ୍ମିଳନୀରେ କହିଛନ୍ତି।

ସେ ଆହୁରି କହିଛନ୍ତି, ଲକ୍‌ଡାଉନ୍ ଯୋଗୁଁ ଆସିଥିବା ବିଷାଦଭାବ ହଟାଇ ଅର୍ଥନୀତିକୁ ଗଭୀର ନିଦ୍ରାରୁ ଉଠାଇବା ପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ଲକ୍‌ଡାଉନ୍ କଟକଣା କୋହଳ କରିଥିଲେ। ଗୋଟିଏ ପକ୍ଷରେ ଭାରତ ବୈଶ୍ବିକ ମହାମାରୀ ବିରୋଧରେ କଠିନ ସଂଘର୍ଷ କରୁଛି। ଜନସ୍ବାସ୍ଥ୍ୟ ଉପରେ ଯେତିକି ଧ୍ୟାନ ବଢ଼ାଉଛୁ ଅର୍ଥନୈତିକ ସ୍ବାସ୍ଥ୍ୟ ଉପରେ ବି ସେତିକି ଧ୍ୟାନ ଦେଉଛୁ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡ୍‌ରେ ଆୟୋଜିତ ଏହି ଭର୍ଚ୍ୟୁଆଲ୍ କନ୍‌ଫରେନ୍‌ସ୍ ‘ଗ୍ଲୋବାଲ୍ ଇଣ୍ଡିଆ ଉଇକ୍’ର ଉଦ୍‌ଘାଟନୀ କରିଛନ୍ତି । ‘ବି ଦ ରିଭାଇଭାଲ୍: ଇଣ୍ଡିଆ ଆଣ୍ଡ୍ ବେଟର୍ ନିଉ ୱାର୍ଲଡ୍’ ଥିମ୍ ଥିବା ଏହି କାର‌୍ୟ୍ୟକ୍ରମରେ ୩୦ ଦେଶରୁ ୫୦୦୦ ଅଂଶ ଗ୍ରହଣକାରୀ ଭାଗ ନେବେ ଏବଂ ୭୫ଟି ଅଧିବେଶନରେ ବିଶ୍ବର ୨୫୦ ଜଣ ବକ୍ତା ଉଦ୍‌ବୋଧନ ଦେବେ।

Leave A Reply

Your email address will not be published.