Latest Odisha News

ହାଇକୋର୍ଟ ସାମ୍ନାରେ ପରିବା ବିକିଲେ ଆଇନଜୀବୀ

କଟକ: ଆଇନଜୀବୀଙ୍କ ଅଭିନବ ପ୍ରତିବାଦ । ପରିବା ବିକିଲେ ଆଇନଜୀବୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହାଇକୋର୍ଟ ସାମ୍ନାରେ । ମହାମାରୀ କରୋନା ଯୋର୍ଗୁ ଆଇନଜୀବୀଙ୍କ ଆର୍ଥିକ ସ୍ଥିତି ଭୁସୁଡି ଯାଇଛି । ଆର୍ଥିକ ସହାୟତା ଯୋଗାଇ ଦେବା ଦାବି ନେଇ ଏଭଳି ଅଭିନବ ପନ୍ଥା ଅପଣାଇଛନ୍ତି ଆଇନଜୀବୀ ।

କରୋନା ଯୋଗୁଁ ଅଦାଲତ କାର‌୍ୟ୍ୟ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି । ଫଳରେ ଆଇନଜୀବୀମାନେ ରୋଜଗାର ହରାଇଛନ୍ତି । ଅନ୍ୟ ବୃତ୍ତି ଧାରୀଙ୍କୁ ସରକାର ସହାୟତା ଯୋଗାଇ ଦେଇଥିବା ବେଳେ ଆଇନଜୀବୀଙ୍କ ପ୍ରତି ସରକାର କାହିଁକି ଉଦାସୀନ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.