Latest Odisha News

BREAKING NEWS

ଗୋଖାଦ୍ୟ ଦୁର୍ନୀତିରେ ପୁଣି ଲାଲୁ ଦୋଷୀ ସାବ୍ୟସ୍ତ, ଜାଣନ୍ତୁ ପୂରା ମାମଲା

ରାଞ୍ଚି: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଝଟକା ଲାଗିଛି । ଗୋଖାଦ୍ୟ ଦୁର୍ନୀତିର ଆଉ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କ ସମେତ ଏହି ମାମଲାରେ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ରାଞ୍ଚର ସିବିଆଇ କୋର୍ଟ ।

ଦୋରନ୍ଦା ଟ୍ରେଜେରୀରୁ ବେଆଇନ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ଏହି ମାମଲାରେ ଆସନ୍ତା ୨୧ ତାରିଖରେ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଦଣ୍ଡ ବିଧାନ ହେବ ।

ଏଥିରେ ୧୩୯ କୋଟିର ଦୁର୍ନୀତି ହୋଇଥିଲା । ଲାଲୁଙ୍କୁ କଣ ଦଣ୍ଡ ବିଧାନ କରିବେ କୋର୍ଟ ୨୧ ତାରିଖରେ ସ୍ପଷ୍ଟ ହେବ । ସେ ପୁଣି ଜେଲ୍‌ ଯିବେ ନା ବେଲ୍‌ ମିଳିବ ତାଉପରେ ସମସ୍ତଙ୍କର ନଜର ରହିଛି । ଏହି ମାମଲାରେ ୨୪ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

୧୯୯୦-୧୯୯୫ ମସିହା ଭିତରେ ବଡ଼ ଧରଣର ଗୋଖାଦ୍ୟ ଦୁର୍ନୀତି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଲାଲୁ ପ୍ରସାଦ ଯାଦବ ୯୫୦ କୋଟିର ଟଙ୍କାର ଗୋଖାଦ୍ୟ ଦୁର୍ନୀତିର ୫ଟି ମାମଲାରୁ ୪ଟିରେ ଦୋଷୀ ସାବ୍ୟସ୍ତ ହୋଇସାରିଲେଣି । ୪ଟି ମାମଲାରେ ପାଖାପାଖି ୧୪ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା ।

ଦୁମକା,ଦେଓଘର ଓ ଚାଇବାସା କୋଷାଗାରରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ସଜା ହୋଇଛି । ଜେଲ୍ ଦଣ୍ଡ ସହ ୬୦ ଲକ୍ଷ ଟଙ୍କା ଜରିମାନା ବି ସେ ଦେଇଛନ୍ତି । ଏବେ ବେଲରେ ଅଛନ୍ତି ଲାଲୁ ପ୍ରସାଦ ଯାଦବ ।

Comments are closed, but trackbacks and pingbacks are open.