Latest Odisha News

BREAKING NEWS

ନିରଞ୍ଜନ କହିଲେ ରାଜନୀତିରୁ ସନ୍ୟାସ ନେବେ ନାହିଁ

ଭୁବନେଶ୍ୱର: ରାଜନୀତିରୁ ସନ୍ୟାସ ନେବେ ନାହିଁ । ଆଜି ଏକଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ନିର୍ବାଚନ ଲଢ଼ିପାରନ୍ତି ନହେଲେ ଲଢ଼ି ନପାରନ୍ତି । ପଦପଦବୀରେ ରହିଲେ କି ନରହିଲେ ମଧ୍ୟ ରାଜନୀତିରେ ରହିବେ । ଶକ୍ତି ଥିବା ଯାଏ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ ଗାନ୍ଧିଙ୍କ ଆଦର୍ଶନରେ ଅନୁପ୍ରାଣିତ ହୋଇଛନ୍ତି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାର ୨୨ ବର୍ଷ ହେବ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । କେନ୍ଦ୍ରରେ ବି ଦୁର୍ନୀତିଗ୍ରସ୍ତ ସରକାର ଚାଲିଥିବା କହିଛନ୍ତି ।

ପଞ୍ଚାୟତ ନିର୍ବାଚନରେ ଦଳର ଇସ୍ତାହାର ସଂପର୍କରେ ସୂଚନା ଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଜିଲ୍ଲାସ୍ତରରେ କଂଗ୍ରେସ ଇସ୍ତାହାର ଘୋଷଣା କରିଛି । କଂଗ୍ରେସ ୪୪.୭୮% ଓବିସି ପ୍ରାର୍ଥୀଙ୍କୁ ଏଥର ପଞ୍ଚାୟତ ନିର୍ବାଚନରେ ଟିକେଟ ଦେଇଛି । କାହିଁକି ଓବିସି ପ୍ରାର୍ଥୀଙ୍କ ପ୍ରତି ଅବହେଳା କରାଗଲା ସେନେଇ ନ୍ୟାୟଳୟର ଦ୍ୱାରସ୍ଥ ହେବୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେହିପରି ପ୍ରସାଦ ହରିଚନ୍ଦନ ଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ କାହିଁକି ନାହିଁ ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି, ଯିଏ ପ୍ରଚାର କରିବ ତାଙ୍କ ନାଁ ତାଲିକାରେ ଅଛି । ସେ ତ ଆସନ୍ତି ନାହିଁ । ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ପ୍ରେସମିଟରେ ପ୍ରସାଦ ହରିଚନ୍ଦନ କାହିଁକି କାନ୍ଦିଲେ ତାର ଜବାବ ନିର୍ବାଚନ ପରେ ଦିଆଯାଇପାରେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

Comments are closed, but trackbacks and pingbacks are open.