Latest Odisha News

BREAKING NEWS

ଏହି ସରଳ ଉପାୟରେ ନିଜ କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ !

ଭୁବନେଶ୍ୱର: କଣ ଆପଣ କଥା କଥାରେ ରାଗନ୍ତି ? କେବେ ନିଜ ଲୋକଙ୍କ ଉପରେ ରାଗି ତାଙ୍କ ମନ ଦୁଃଖ କରିଛନ୍ତି ? କେବେ ନିଜର ରାଗ ପାଇଁ ନିଜ କାମ ଖରାପ କରିଛନ୍ତି ? ଯଦି ଆପଣଙ୍କ ଏହି ରାଗ ଆପଣଙ୍କ ଜୀବନରେ କିଛି ବ୍ରେକ୍ ଲଗାଇଦେଇଛି । ତେବେ ତଳେ ଦିଆଯାଇଥିବା ଏହି ଟିପ୍ସ ଆପଣାନ୍ତୁ, ଆଉ ନିଜ ରାଗ ଉପରେ ନିୟନ୍ତ୍ରଣ ଆଣନ୍ତୁ ।

– ଯେତେବେଳେ ଆପଣଙ୍କୁ ରାଗ ଆସିବ ସେତେବେଳେ କିଛି ବି କହିବା ପୂର୍ବରୁ ୧୦ ଯାଏ ଓଲଟା ସଂଖ୍ୟା ଗଣନ୍ତୁ ।

– ରାଗରେ କିଛି ବି ଭୁଲ୍ ପ୍ରତିକ୍ରିୟା ଦେବା ପୂର୍ବରୁ ବ୍ୟାୟାମ କରନ୍ତୁ । ଚାଲନ୍ତୁ ନଚେତ୍ ସିଢିରୁ ଉପର ତଳକୁ ଦୌଡନ୍ତୁ ।

– ଶୀଘ୍ର ରାଗକୁ ନିୟନ୍ତ୍ରଣ କରିବା ପାଇଁ ଦୀର୍ଘ ନିଶ୍ୱାସ ନିଅନ୍ତୁ । କିଛି ଭଲ ସିନେରୀ ନହେଲେ ଫଟୋ ଦେଖନ୍ତୁ । କିଛି ଭଲ ଗୀତ ଶୁଣନ୍ତୁ ନହେଲେ କିଛି ପଢିବା ଆରମ୍ଭ କରିଦିଅନ୍ତୁ ।

– ନିଜର ଭାବପ୍ରବଣତାକୁ ନିୟନ୍ତ୍ରଣ କରନ୍ତୁ ନାହିଁ । ସେଥିଲାଗି ରାଗରେ କାହାକୁ କିଛି ଭୁଲ୍ ପ୍ରତିକ୍ରିୟା ଦେବା ପୂର୍ବରୁ କେହି ଜଣେ ନିଜ ଲୋକ ସହ କଥା ହୁଅନ୍ତୁ, ଯିଏ ଆପଣଙ୍କୁ ଠିକ୍ ସେ ବୁଝି ପାରୁଥିବ ।

– କାହାକୁ କିଛି କହିବା ପୂର୍ବରୁ ପ୍ରଥମେ ନିଜ କଥା ଉପରେ ଧ୍ୟାନ ଦେବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା ନିଜ ରାଗରେ ଦେଉଥିବା ପ୍ରତିକ୍ରିୟା ଉପରେ ଆପଣ ଧୀରେଧୀରେ ନିୟନ୍ତ୍ରଣ ଆଣିପାରିବେ ।

Leave A Reply

Your email address will not be published.