Latest Odisha News

BREAKING NEWS

କୋକା-କୋଲାରେ ରହୁଛି ଅଧିକ ରାସାୟନିକ ପଦାର୍ଥ

ନୂଆଦିଲ୍ଲୀ: ୟୁରୋପର ଅନେକ ଦେଶରୁ ପପୁଲାର କୋଲ୍ଡ ଡ୍ରିଙ୍କ କମ୍ପାନୀ କୋକା-କୋଲା ନିଜର ଡ୍ରିଙ୍କ୍ସକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

କାରଣ ଏହି ପାନୀୟଗୁଡ଼ିକରେ “କ୍ଲୋରେଟ୍” ନାମକ ଏକ ରାସାୟନିକ ପଦାର୍ଥ ମାତ୍ରାଧିକ ପରିମାଣରେ ରହିଛି। ବେଲଜିୟମ, ଲକ୍ସେମବର୍ଗ ଏବଂ ନେଦରଲ୍ୟାଣ୍ଡରେ କୋଲ୍ଡ ଡ୍ରିଙ୍କ୍ସ ଗୁଡିକୁ ପ୍ରତ୍ୟାହାର କରାଯାଇଛି। ରିପୋର୍ଟ ଅନୁସାରେ, କୋକା-କୋଲା ପ୍ରତ୍ୟାହାର କରିଥିବା କୋଲ୍ଡ ଡ୍ରିଙ୍କ୍ସ ଗୁଡିକ ମଧ୍ଯରେ ରହିଛି କୋକ୍, ଫାଣ୍ଟା, ସ୍ପ୍ରାଇଟ୍, ଟ୍ରୋପିକୋ ଏବଂ ମିନିଟ୍ ମେଡ୍ ଭଳି ବ୍ରାଣ୍ଡ।

ୱାଟର ଟ୍ରିଟମେଣ୍ଟ ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ କ୍ଲୋରିନ୍-ଆଧାରିତ ଜୀବାଣୁନାଶକ ବ୍ୟବହାର କଲେ କ୍ଲୋରେଟ୍ ନାମକ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ। ତେବେ ଏହି କ୍ଲୋରେଟ୍ ରାସାୟନିକ ପଦାର୍ଥର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରର ହରମୋନ ସନ୍ତୁଳନ ପ୍ରଭାବିତ ହୋଇଥାଏ। ଖାସକରି ଛୋଟ ପିଲାମାନଙ୍କଠାରେ ଏହା  ଥାଇରଏଡ୍ ରୋଗ ସୃଷ୍ଟି କରିପାରେ। ଯଦି କୋଲ୍ଡ ଡ୍ରିଙ୍କ୍ସ ରେ କ୍ଲୋରେଟର ପରିମାଣ ଅଧିକ ହୋଇଯାଏ ତେବେ ଏହା ବାନ୍ତି, ଝାଡ଼ା ଏବଂ ରକ୍ତର ଅମ୍ଳଜାନ ଶୋଷଣ କରିବାର କ୍ଷମତା ହ୍ରାସ କରିଥାଏ।

ୟୁକେ ଫୁଡ୍ ଷ୍ଟାଣ୍ଡାର୍ଡସ୍ ଏଜେନ୍ସିର ଆନ୍ ଗ୍ରେଭେଟ୍ କହିଛନ୍ତି ଯେ କୋକା କୋଲାର ମାମଲାର ତଦନ୍ତ ଚାଲିଛି ଓ ଯଦି ଏଥିରେ କୌଣସି ଅସୁରକ୍ଷିତ ଖାଦ୍ୟ ପଦାର୍ଥ ମିଳେ ତେବେ ଏହାକୁ ଏଥିରୁ ବାଦ୍ କରିବା ପାଇଁ ପଦକ୍ଷେପ ନିଆଯିବ।

Comments are closed.