Latest Odisha News

BREAKING NEWS

ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀକୁ ଭିକାରୀ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ଉପରେ ମଧ୍ୟ ବିଏମସି ପ୍ରତିବନ୍ଧକ ଲଗାଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।
ନୋଟିସରେ ଉଲ୍ଲେଖ ରହିଛି ଯେ, ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟନ୍ତୁ । ବିଏମସିର ଅନୁମତି ନେଇ କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ । ନିର୍ଦ୍ଦେଶ ନମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି ।

ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । କିନ୍ତୁ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି କଡା କଟକଣା ଲଗାଇଛି ବିଏମସି ।

Leave A Reply

Your email address will not be published.