ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୫ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କ୍ୟାବ ଡ୍ରାଇଭର ଏବଂ ଡେଲିଭରି ବୟଙ୍କ ସମେତ ଗିଗ୍ କର୍ମଚାରୀଙ୍କ ପାଇଁ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଫୁଡ ଡେଲିଭରି ବୟ ଏବେ ପଞ୍ଜୀକୃତ ହେବେ। ଏଥିସହ ସେମାନଙ୍କୁ ସରକାରଙ୍କଠାରୁ ବୀମା କଭରର ସୁବିଧା ଦିଆଯିବ ।
ସୂଚନା ଅନୁଯାୟୀ, ସରକାରଙ୍କ ଏହି ପଦକ୍ଷେପର ଲାଭ ପାଇବେ ଏକ କୋଟି ଲୋକ । ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ସହିତ ଗିଗ୍ ଏବଂ ଅନଲାଇନ୍ ପ୍ଲାଟଫର୍ମ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ପରିଚୟ ପତ୍ର ଏବଂ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣର ସୁବିଧା ଯୋଗାଇ ଦିଆଯିବ ।
ଏହା ସହିତ ସେମାନେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ସ୍ଵାସ୍ଥ୍ୟ ବୀମା ସୁବିଧା ମଧ୍ୟ ପାଇବେ। ଏଥିରୁ ଏକ କୋଟି ଲୋକ ଉପକୃତ ହେବେ।
Comments are closed.