Latest Odisha News

ଖେଳାଳିଙ୍କ ଖାଇବା ମେନୁରେ ଛେନାପୋଡ, ଚାହିଁଲେ ଖାଇପାରିବେ ଓଡ଼ିଶାର ସ୍ୱତନ୍ତ୍ର କାକେରା, କାନିକା ଓ ରସଗୋଲା

ଭୁବନେଶ୍ୱର: ୧୨ ତାରିଖରେ କଟକ ବାରବାଟିରେ ଟି ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଖେଳାଳିଙ୍କ ପାଇଁ ଚାଲିଛି ଓଡ଼ିଶାରେ ଭବ୍ୟ ସ୍ୱାଗତ ପାଇଁ ସୁବିଧା।ଜାଣି ଆଶ୍ଚର୍ଯ୍ୟ ହେବେ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଟିମ ପାଇଁ ଭବ୍ୟ ସ୍ୱାଗତ ପାଇଁ ହୋଟେଲରେ‌ ହୋଇଛି ବ୍ୟବସ୍ଥା।

ଖେଳାଳିଙ୍କ ରହିବା ପାଇଁ ଭୁବନେଶ୍ୱରର ମେ ଫେୟାର‌ ହୋଟେଲରେ ୧୦୦ଟି ରୁମର ବ୍ୟବସ୍ଥା ହୋଇଥିବା ବେଳେ ହୋଟେଲକୁ ଏଣ୍ଟ୍ରି ସମୟରେ‌ ଶଙ୍ଖ ଧ୍ୱନି ଓ ଘୋଡା ନାଚ ଜରିଆରେ ସ୍ୱାଗତ ସମ୍ବର୍ଧନା ପାଇଁ ହୋଇଛି ବ୍ୟବସ୍ଥା।ଏଥିସହ ସବୁ ବର୍ଷ ପରି ହୋଟେଲ ପକ୍ଷରୁ ଫୁଲ ଛିଞ୍ଚି ଉତରିୟ ଦେଇ ଚନ୍ଦନ ଦୀପରେ କୋଭିଡ କଟକଣାରେ ସ୍ୱାଗତ କରାଯିବ। ଏଥିସହ‌ ଖାଇବା ପାଇଁ ହୋଇଥିବା ଓଡିଆ ଖାଦ୍ୟ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କାରଣ ଓଡ଼ିଆ ଖାଦ୍ୟ ହିସାବରେ ଛେନାପୋଡ, କାକେରା ପିଠା ସହ କାନିକା ଓ ରସଗୋଲାର ବ୍ୟବସ୍ଥା କରିଛନ୍ତି ହୋଟେଲ କତୃପକ୍ଷ। ଏଥିସହ‌ ହୋଟେଲର‌ ପ୍ରେସିଡେଣ୍ଟ ମନୋଜ ଗୌଡ଼ କହିଛନ୍ତି, ଆମେ ପୁରା‌କୋଭିଡ ଯାଚ କରି ଆମ କର୍ମଚାରିଙ୍କୁ ଗ୍ଲୋବସ ସହ କରୋନା ନିୟମ ଅନୁସରଣ କରି ତାଙ୍କୁ ସେବା ଯୋଗାଇବୁ।

ଏଥିସହ‌ ଇଣ୍ଡିଆନ‌, କଣ୍ଟେନେଣ୍ଟାଲ, ଚାଇନିଜ ସହ ତାଙ୍କ ମନ ପସନ୍ଦ ମୁତାବକ ଖାଦ୍ୟ ପାଇ ବ୍ୟବସ୍ଥା କରିଛୁ। ଏଥିସହ ପ୍ରୋଟିନ ଖାଦ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ତେବେ ହୋଟେଲ ଭିତରେ ମନୋରଞ୍ଜନ ପାଇଁ ସ୍ପା, ଟେବୁଲ ଟେନିସ ସୁଇମିଂ ଭଳି ସୁବିଧା ସୁଯୋଗ ରହିଛି ।

Comments are closed.