Latest Odisha News

BREAKING NEWS

କ୍ଲବ ଫୁଟବଲ ଫିକ୍ସିଂର ସିବିଆଇ ତଦନ୍ତ ଆରମ୍ଭ, ଓଡିଶା ସରକାର ଫଣ୍ଡିଂ ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତରେ ଖେଳାଯାଉଥିବା କ୍ଲବ ଫୁଟବଲରେ ଫିକ୍ସିଂ ହେଉଥିବା ଅଭିଯୋଗ ଆସିଥିଲା । ଏବେ ଏହି ଘଟଣାର ତଦନ୍ତ ଭାର ସିବିଆଇ ହାତକୁ ଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଆଇଏଫଏଫ ଅଧିକାରୀଙ୍କୁ ଏ ନେଇ ପଚରା ଉଚରା ଆରମ୍ଭ କରିଛି ସିବିଆଇ । ଆନ୍ତର୍ଜାତୀୟ ଫିକ୍ସର ଏଥିରେ ଜଡିତ ଥିବା ଜଣାପଡବା ପରେ ଏଥିନେଇ ସବୁ ଦିଗରୁ ତଦନ୍ତ ଆରମ୍ଭ ହୋଇଛି । ୱିଲସନ ରାଜ ପେରୁମଲ ନାମକ ଏହି ଫିକ୍ସର ଶେଲ କମ୍ପାନୀ ମାଧ୍ୟମରେ ୫ଟି ଭାରତୀୟ କ୍ଲବରେ ଅର୍ଥ ଲଢେଇଛି । ୱିଲସନ ଲିଭିଙ୍ଗ ଥ୍ରୀ ଡି ହୋଲ୍ଡିଂ ଲିମିଟେଡ ଜରିଆରେ ଏହି କ୍ଲବ ଗୁଡିକରେ ଇନଭେଷ୍ଟ କରିଥିଲା । ୧୯୯୫ରେ ସେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ସିଙ୍ଗାପୁରରେ ଜେଲ ଯାଇସାରିଛି । ଫିନଲାଣ୍ଡ ଓ ହଙ୍ଗେରୀରେ ମଧ୍ୟ ତାର ନାମରେ କେସ ରହିଛି ।

ସିବିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଆଇ ଲିଗରେ ଖେଳୁଥିବା ଇଣ୍ଡିଆନ ଆରୋଜ ଉପରେ ନଜର ରହିଛି । ଆରୋଜ ଫୁଟବଲ ଫେଡେରେଶନ ଏବଂ ଓଡିଶା ସରକାର ଫଣ୍ଡିଂ କରିଛନ୍ତି । ଏଥିରେ କୌଣସି ବିଦେଶୀ ଖେଳାଳି କିମ୍ବା ଟେକନିସିଆନ ନ ଥିଲେ । ସିବିଆଇ କ୍ଲବକୁ ଖେଳାଳି, ଟେକ୍ନିସିଆନ, ଏଜେନ୍ସି ଓ ସ୍ପନଶରଙ୍କ ସମ୍ପର୍କରେ ଡାଟା ମାଗିଛି । ପୂର୍ବରୁ ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନ ବିଶ୍ୱକପ କ୍ୱାଲିଫାୟର, ମହିଳା ବିଶ୍ୱକପ, କୋନକାକାଫ ଗୋଲ୍ଡ କପ ଓ ଆଫ୍ରିକା କପରେ ଫିକ୍ସିଂ ହେଉଥିବା ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.