Latest Odisha News

BREAKING NEWS

ଅଧା ବାଟରେ ଅନାଥ କରି ଚାଲିଗଲେ ବାପା ମା’, ୪ ପ୍ରାଣୀକୁ ପୋଷୁଛନ୍ତି ଜ୍ୟୋତି

କେନ୍ଦ୍ରାପଡ଼ା : ଜୀବନ ଜିଇଁବାକୁ ଲଢ଼େଇ କରୁଛନ୍ତି ଜ୍ୟୋତି । ଅଧାବାଟରେ ମୁଣ୍ଡରୁ ହାତ କାଢ଼ିନେଇଛନ୍ତି ବାପା-ମା’ । ଜନ୍ମ ଦେଇ ଦୁନିଆକୁ ଆଣିଥିଲେ ସତ ହେଲେ ଜ୍ୟୋତି ମଣିଷ ହେବା ପୂର୍ବରୁ ଛାଡ଼ି ଚାଲିଗଲେ ପରପାରିକୁ । ଆଉ ଘରର ସମସ୍ତ ଦାୟିତ୍ୱ ​‌ଦେଇଗଲେ ଏଇ କୋଡିଏ ବର୍ଷର ଝିଅ ମୁଣ୍ଡରେ । ବର୍ତ୍ତମାନ ଘରର ମୁରବି ସାଜିଛି ଏହି କୋଡ଼ିଏ ବର୍ଷର ଝିଅ । ୪ ପ୍ରାଣିଙ୍କ ପେଟକୁ ଯୋଗାଉଛି ଆହାର ।  ଏଭଳି ଦୃଶ୍ୟ ଡେରାବିଶ ବ୍ଲକ ଅନ୍ତର୍ଗତ ଖସା ପଡିଆ ଗାଁରେ ଦେଖିବାକୁ ମିଳିଛି  ।

ବଡ଼ ଭଉଣୀ ଜ୍ୟୋତି ସାନ ଦୁଇ ଭାଇ ଭଉଣୀଙ୍କ ମୁରବି କହିଲେ ଚଳେ । ଘରେ ରୋଷେଇ କରିବାଠୁ ଆରମ୍ଭ କରି ସାନ ଭାଇ ଭଉଣୀଙ୍କ ଯତ୍ନ ନେବା ପର୍ଯ୍ୟନ୍ତ ସବୁ କାମ କରେ ବଡ଼ ଭଉଣୀ ଜ୍ୟୋତି । ଏହି ଭାଇ ଭଉଣୀଙ୍କ ପାଇଁ ଛାତ ଘରଟିଏ ପାଲଟିଛି ସାତ ସପନ  । ଦଶ ବର୍ଷ ପୂର୍ବେ ପେଟ ରୋଗରେ ଆକ୍ରାନ୍ତ ହୋଇ ଚାଲିଯାଇଥିଲେ ମା  । ପରେ ପାଞ୍ଚ ବର୍ଷ ତଳେ ଯକ୍ଷ୍ମା ରୋଗ ରେ ବାପା ମଧ୍ୟ ଚାଲିଗଲେ  । ବୁଢ଼ି ଜେଜେ ମା କୋଳରେ ଛାଡିଦେଇଗଲେ ତିନି ସନ୍ତକ  ।

ତେବେ ବଡ଼ ଝିଅ ହେଉଛନ୍ତି  ଜ୍ୟୋତି ପାତ୍ର, ମଝିଆଁ ଝିଅ ସରସ୍ବତୀ ପାତ୍ର ଓ ସାନ ପୁଅ କାହୁଁ ଚରଣ ପାତ୍ର  । ଦୁର୍ଭାଗ୍ୟର କଥା ଯେ ଏହି ପିଲାମାନଙ୍କର ଯତ୍ନ ନେଉଥିବା ବୁଢ଼ୀ ମା ମଧ୍ୟ ତିନି ମାସ ତଳୁ ତିନି ପିଲାଙ୍କୁ ଛାଡି ଆରପାରିକୁ ଚାଲିଗଲା  । ଭାଗ୍ୟ ଅନାଥ ସଜେଇ ଦେଲା ସେପଟେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ନାହିଁ. ମାମୁଁ ଙ୍କ ଏକ ଭଙ୍ଗା ଘରେ ତିନି ପିଲା ରହୁଛନ୍ତି । ମାସକୁ ୩୫ କିଲୋ ଚାଉଳ ସହ ପାଞ୍ଚ ସହ ଟଙ୍କା ରେ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ଏହି ଅନାଥ ପିଲାମାନେ ।

ତେବେ ଏଠି ପ୍ରଶ୍ନ ଉଠୁଛି ଆଜିର ସମାଜରେ ଏହି ଅନାଥ ପିଲା କେତେ ସୁରକ୍ଷିତ । ଏନେଇ ଏହି ତିନି ଅନାଥ ଭାଇ ଭଉଣୀଙ୍କୁ ପ୍ରଶାସନ ସହାୟତା ଯୋଗାଇ ଦେଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା  ।

Leave A Reply

Your email address will not be published.