Latest Odisha News

BREAKING NEWS

ଫାଓ ଲିଗ୍ ଫୁଟବଲ୍ ଖେଳୁଥିବା ବେଳେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ

କଟକ: କଟକରେ ଅନୁଷ୍ଠିତ ହେଉଥିବା ଫାଓ ଲିଗ୍ ଫୁଟବଲ୍ ମ୍ୟାଚରେ ଖେଳିବା ଅବସ୍ଥାରେ ଜଣେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ, ଅନୁଷ୍ଠିତ ହେଉଥିବା ଫାଓ ଫୁଟବଲ୍ ଲିଗ ମ୍ୟାଚରେ ଏସବିଆଇ ଦଳ ଖେଳାଳି ଶନିବାର ଦିନ ଅପରାହ୍ନରେ ଏକ ମ୍ୟାଚ ଖେଳୁଥିବା ସମୟରେ କୌଣସି କାରଣରୁ ଅଜୟ କୁମାର ନାୟକ ନାମକ ଜଣେ ଖେଳାଳି ସଜ୍ଞାହୀନ ହୋଇପଡ଼ିଥିଲେ । ଖେଳରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିଲେ ମଧ୍ୟ ଖେଳରେ ହୃଦକ୍ରିୟା ବନ୍ଦ ହୋଇଯିବା କାରଣରୁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ସମସ୍ତ ଖେଳାଳି ତଥା ଦର୍ଶକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.