Latest Odisha News

BREAKING NEWS

ନନ୍ଦନକାନନରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହେବା ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଛି ପର୍ଯ୍ୟଟକଙ୍କ ସଂଖ୍ୟା। କରୋନା ପାଇଁ ହୋଇଥିବା ଲକଡାଉନ୍ ପରେ ଅକ୍ଟୋବର ୪ ରେ ଏହା ଖୋଲିବା ପର ଠାରୁ ପାଖାପାଖି ୩୦୦୦ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥିବା ରେକର୍ଡ କରାଯାଇଛି।

ତେବେ ରବିବାର ଦିନ ବିକ୍ରି ହୋଇଥିବା ଟିକେଟ୍ ସହିତ ଏହି ସଂଖ୍ୟା ୪୦୧୫କୁ ବୃଦ୍ଧି ପାଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ଏହି ସମୟରେ, ବଟାନିକାଲ୍ ଗାର୍ଡେନକୁ ୬୦୨ ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଡେପୁଟି ଡାଇରେକ୍ଟର ବିମଲ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.