Latest Odisha News

BREAKING NEWS

କରୋନା ଟୀକାକୁ ନେଇ ମୋଦୀଙ୍କୁ ରାହୁଲଙ୍କ ୪ଟି ପ୍ରଶ୍ନ; ତେବେ କଣ ଏହି ପ୍ରଶ୍ନ?

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବିପଜ୍ଜନକ ହେବାରେ ଲାଗିଛି। ରାଜସ୍ଥାନ, ଗୁଜୁରାଟ ଏବଂ ଦିଲ୍ଲୀରେ କରୋନାର ସ୍ଥିିତି ଅତ୍ୟନ୍ତ ଖରାପ ଆଡକୁ ଗତି କରୁଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ନୂତନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ରାଜସ୍ଥାନ ଏବଂ ଗୁଜୁରାଟ, ହିମାଚଳ ପ୍ରଦେଶ ସମେତ କେତେକ ରାଜ୍ୟରେ ପୁନର୍ବାର ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ କରୋନା ଟିକା ଆସିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ମାର୍ଚ୍ଚ ସୁଦ୍ଧା କିମ୍ବା ପୂର୍ବରୁ ଦେଶରେ କରୋନା ଟିକା ଆସିପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରୋନା ଟିକା ନେଇ ଟୁଇଟ୍ କରି ଚାରିଟି ପ୍ରଶ୍ନ ପଚରାଯିବାକୁ ନେଇ ଆଲୋଚନା ହେଉଛି।

୧-ସମସ୍ତ କରୋନା ଟିକା ମଧ୍ୟରୁ ଭାରତ ସରକାର କାହାକୁ ବାଛିବେ ଏବଂ କାହିଁକି?

୨-କାହାକୁ ପ୍ରଥମେ କରୋନା ଟିକା ଦିଆଯିବ ଏବଂ ଏହାର ବିତରଣ ପାଇଁ ରଣନୀତି କ’ଣ ହେବ?

୩-ମାଗଣା ଟିକା ନିଶ୍ଚିତ କରିବାକୁ ପିଏମ୍‌ କେୟାର ପାଣ୍ଠି ବ୍ୟବହାର କରାଯିବ କି?

୪-ଭାରତୀୟମାନଙ୍କୁ ଏହି ଟିକା କେତେ ଦିନ ଦିଆଯିବ?

Leave A Reply

Your email address will not be published.