Latest Odisha News

BREAKING NEWS

ଡିଜେ ବଜାଇବାକୁ ମନା କରିବାରୁ ପୋଲିସ ବାବୁଙ୍କ କାନ କାମୁଡ଼ି ଦେଲେ ବରଯାତ୍ରୀ

ଭୁବନେଶ୍ୱର: ବାହାଘର ଶୋଭାଯାତ୍ରାରେ ମଦ ପାଇଁ ବରଯାତ୍ରୀଙ୍କ ଉତ୍ପାତ କଥା ଆପଣ ଦେଖିଥିବେ ଅବା ଜାଣିଥିବେ । ହେଲେ କେବେ ଶୁଣିଛନ୍ତି ଡିଜେ ବଜାଇବା ଲାଗି ମନା କରିବାରୁ ବରଯାତ୍ରୀ କାନ କାମୁଡ଼ି ଦେବା ତାହା ପୁଣି ପୋଲିସ ବାବୁଙ୍କର ମାନେ ମାମୁଙ୍କର । ଆଜ୍ଞା ହଁ ଏମିତି ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ।…

ଶୁକ୍ରବାର ରାତି ପ୍ରାୟ ୧୦ଟା ୧୫ ହେବ । ପୋଲିସ ପାଟ୍ରୋଲିଂ ବେଳେ ୟୁନିଟ୍ -୩ ମୋମେଣ୍ଟଜ୍ ଆଡ଼କୁ ଏକ ବାହାଘର ଶୋଭାଯାତ୍ରା ଯାଉଥିବା ଦେଖିଥିଲା । ବରଯାତ୍ରୀ ସମ୍ପୂର୍ଣ୍ଣ ରାସ୍ତାକୁ କଭର କରିଥିବାରୁ ପୋଲିସ ଅନୁମତି ପତ୍ର ମାଗିବା ସହ ସମୟ ହୋଇ ଯାଇଥିବାରୁ ଡିଜେ ବନ୍ଦ କରି ତଳ ରୋଡରେ ଯିବାକୁ କହିଥିଲା ।

ସେହି ସମୟରେ ପୋଲିସକୁ ବରଯାତ୍ରୀ ଖରାପ ବ୍ୟବହାର କରିବା ସହ ଖାରବେଳ ନଗର ଥାନା ଏଏସ୍ଆଇ ଜଗନ୍ନାଥ ମାଝୀଙ୍କ କାନକୁ କାମୁଡ଼ି ଦେଇଥିଲେ ଜଣେ ବରଯାତ୍ରୀ । ଏପରିକି ୪ରୁ ୫ ଜଣ ଯୁବକ ପୋଲିସ ସହ ଧସ୍ତାଧସ୍ତି କରିଥିଲେ । ମାମଲାରେ ପୋଲିସ ବଡ଼ଗଡ଼ ଥାନା ଅଞ୍ଚଳର ସଚିନ ସୌରଭ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାଁରେ ପୂର୍ବରୁ ବଡ଼ଗଡ଼ ଓ କ୍ୟାପିଟାଲ୍ ଥାନାରେ ମାମଲା ଥିବା ଜଣାପଡ଼ିଛି ।

Leave A Reply

Your email address will not be published.