Latest Odisha News

BREAKING NEWS

ଏଥର ବିଧିବଦ୍ଧ ଭାବେ ଆଇଓଏର ପ୍ରଥମ ମହିଳା ସଭାପତି ହେଲେ ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି ମହାନ ଆଥଲେଟ ପିଟି ଉଷା । ୫୮ ବର୍ଷୀୟା ଉଷା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିରୋଧରେ କେହି ଛିଡା ହୋଇ ନ ଥିବାରୁ ସେ ନିର୍ବାଚିତ ହେବା ନିଶ୍ଚିତ ହୋଇ ଯାଇଥିଲା । ଶନିବାର ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇଛି । ପାୟୋଲୀ ଏକ୍ସପ୍ରେସ ଭାବେ ପରିଚିତ ଉଷା ଦୁଇ ଦଶନ୍ଧି ଧରି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ କ୍ରୀଡାର ମାନ ବଢ଼ାଇଥିଲେ । ୨୦୦୦ରେ ସେ ଅବସର ଘୋଷଣା କରିଥିଲେ । ୯୫ ବର୍ଷ ଆଇଓଏ ଇତିହାସରେ ପ୍ରଥମ ଥର ପାଇଁ କୌଣସି ମହିଳା ଏହି ପଦର ଅଧିକାରୀ ହୋଇଛି ।

୧୯୮୪ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଉଷା ୪୦୦ ମିଟର ହର୍ଡଲ୍ସରେ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଂଚିତ ହୋଇଥିଲେ । ଏହା ବ୍ୟତୀତ ସେ ୪ ଏସିଆନ ସ୍ୱର୍ଣ୍ଣ ପଦକ ଓ ୭ ରୌପ୍ୟ ପଦକ ମଧ୍ୟ ହାସଲ କରିଛନ୍ତି । ନଭେମ୍ବର ୨୦୨୨ରେ ସେ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଥିଲେ । ଉଷା ଆଇଓଏ ସଭାପତି ହେବାରେ ଭାରତୀୟ ଆଥଲେଟିକ୍ସରେ ଆହୁରି ଉନ୍ନତି ଘଟିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.