Latest Odisha News

BREAKING NEWS

ବନ ବିଭାଗ କାର୍ଯ୍ୟାଳୟ ଠାରୁ ୧ କିଲୋମିଟର ଦୂରରୁ ଦନ୍ତା ହାତୀର ମୃତଦେହ ଠାବ

ଅନୁଗୁଳ: ପୁଣି ଅନୁଗୁଳରେ ଆଖି ବୁଜିଲା ଦନ୍ତା ହାତୀ । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଯାହା ପରେ ବନ ବିଭାଗର ପାରିବା ପଣିଆ ପଦାରେ ପଡ଼ିଛି ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ପରା ଗାଁ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଦନ୍ତାର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ କହୁଥିବା ବେଳେ ବନ ବିଭାଗ ହାତୀ ମୃତ୍ୟୁର କୌଣସି ସ୍ପଷ୍ଟ କାରଣ ସମ୍ପର୍କରେ ସୂଚନା ଦେଇ ନାହିଁ । ବନ ବିଭାଗ ଲୋକଙ୍କୁ ଘଟଣା ସ୍ଥଳରୁ ଏଡ଼ାଇବା ସହ କପଡ଼ା ଘେର କରି ତଦନ୍ତ କରୁଛି । ଯାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେବେ ଜରପଡ଼ା ବନାଞ୍ଚଳ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଦନ୍ତା କିଭଳି ମଲା ଓ ବନ ବିଭାଗ ଜାଣି ପାରିଲା ନାହିଁ ତାହା ପ୍ରଶ୍ନ ସୃଷ୍ଟି କରିଛି ।

Leave A Reply

Your email address will not be published.