Bhupinder Singh: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ କି ଭୂପିନ୍ଦର ସିଂ: କହିଲେ- ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ ନୁହେଁ
ଭୁବନେଶ୍ବର: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ କି ବରିଷ୍ଠ ନେତା ଭୂପିନ୍ଦର ସିଂ? କାରଣ ଭୂପିନ୍ଦର ହଠାତ୍ ତେରଛା ବାଣ ମାରିଛନ୍ତି। ବିଜେଡିକୁ ନିଜ ଷ୍ଟାଣ୍ଡ କ୍ଲିଅର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଭୂପିନ୍ଦର କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ। ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ। ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ ଛିଡ଼ା ହେବି ଭୋଟ୍ ଦେବେ।
କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି। ବିଜେଡି ଠିକ୍ ଭାବେ ମୁଖ୍ୟ ବିରୋଧୀଦଳର ଭୂମିକା ନ ନେଲେ କଂଗ୍ରେସ ବଢ଼ିବ। ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ। ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି। ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠୁ ପାଉ ନାହାଁନ୍ତି। ଏପରି ମନ୍ତବ୍ୟ ଦେଇ ଭୂପିନ୍ଦର ସିଂହ ତେରଛା ବାଣ ମାରିଥିବା ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେବା ଆରମ୍ଭ କରିଛି।
୨୦୨୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି। ଏହାକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର। ଏହା ଭାବିବା ଉଚିତ୍ ନୁହେଁ ଯେ ଭୁପିନ୍ଦର କାହିଁକି କହିଲା । ମୁଁ ଲୋକଙ୍କ ମତ କଥା କହୁଛି । ଆମେ ଯଦି ଲୋକଙ୍କ କଥାକୁ ଖାମ ଖିଆଲ ଭାବେ ନେବା ତାହାଲେ ଦଳ ପାଇଁ କ୍ଷତି ହେବ। ଆମ ଷ୍ଟାଣ୍ଡ କ୍ଲିଅର ହେବା ଦରକାର ବୋଲି ଭୁପିନ୍ଦର ସିଂ କହିଛନ୍ତି।
Comments are closed.