Latest Odisha News

BREAKING NEWS

ଦେଶରେ ଏହି ଅଞ୍ଚଳରେ ଅଗଷ୍ଟ ୧୮ରେ ପାଳନ ହୁଏ ସ୍ୱାଧୀନତା ଦିବସ

କୋଲକାତା: ସମଗ୍ର ଦେଶରେ ଅଗଷ୍ଠ ୧୫କୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଦେଶର ଏହି ସ୍ଥାନଗୁଡ଼ିକରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରତିବର୍ଷ ପରି ବାଂଲାଦେଶ ସୀମାବର୍ତ୍ତୀ ପଶ୍ଚିମବଙ୍ଗର ଅନେକ ଗ୍ରାମରେ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ରେ ସ୍ୱାଧୀନତା ଦିବସ ପାଳନ କରନ୍ତି।

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲ୍ଲା ନାଦିଆର କେତେକ ଅଞ୍ଚଳ ସ୍ବାଧୀନତା ସମୟରେ ବିବାଦୀୟ ହୋଇପଡିଥିଲା ​​ଯେଉଁଥିପାଇଁ ସେମାନେ ଅଗଷ୍ଟ ୧୫ ପରିବର୍ତ୍ତେ ୧୮କୁ ସ୍ୱାଧୀନତା ଦିବସ ଭାବେ ପାଳନ କରନ୍ତି। ସାରା ଦେଶ ଯେତେବେଳେ ସ୍ୱାଧୀନତା ଦିବସ ପାଳନ କରୁଥାଏ ସେମାନେ ଏହାର ଠିକ୍‌ ୨ ଦିନ ପରେ ଏଇ ବିଶେଷ ଉତ୍ସବକୁ ପାଳନ କରନ୍ତି।

ଏହି ଉତ୍ସବଗୁଡିକ ସହିତ କୌଣସି ସରକାରୀ ସମ୍ପର୍କ ନଥିଲେ ମଧ୍ୟ ଏହି ଅଞ୍ଚଳଗୁଡିକ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରିଆସୁଛନ୍ତି। ସୂତ୍ର ଅନୁଯାୟୀ, ବିଭାଜନ ସମୟରେ ବଙ୍ଗଳାର ଅନେକ ସୀମାବର୍ତ୍ତୀ ଅଞ୍ଚଳକୁ ନେଇ ବିବାଦ ହୋଇଥିବାରୁ ସେଠାରେ ଏହି ପରମ୍ପରା ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ ବଙ୍ଗୋନ୍ ଅଗଷ୍ଟ ୧୫, ୧୯୪୭ ପରେ ଦୁଇ ଦିନ ପାଇଁ ପୂର୍ବ ପାକିସ୍ଥାନର ଏକ ଅଂଶ ଥିଲା। ଏହି ସମୟରେ ଭାରତ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନ ଘୋଷିତ ହୋଇସାରିଥିଲା।

ବଙ୍ଗୋନ୍ ବ୍ୟତୀତ, ନାଡିଆ ଜିଲ୍ଲାର ଅନ୍ୟାନ୍ୟ ସହରରେ ଅଗଷ୍ଠ ୧୮ରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ନାଦିଆ ଜିଲ୍ଲାର ଅନ୍ୟ ତିନୋଟି ସ୍ଥାନ ମେହେରପୁର, ଚୁଡାନାଗା ଏବଂ କୁସ୍ତିଆ ବର୍ତ୍ତମାନ ବାଂଲାଦେଶର ଏକ ଅଂଶ। ଅଗଷ୍ଟ ୧୭, ୧୯୪୭ ରାତିରେ ଏହି ଅଞ୍ଚଳଗୁଡିକ ଭାରତର ଏକ ଅଂଶ ଭାବରେ ଘୋଷିତ ହୋଇଥିଲା।

Leave A Reply

Your email address will not be published.