Latest Odisha News

BREAKING NEWS

ବନକଲାଗି ପାଇଁ ଆଜି ସଂଧ୍ୟାରେ ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ

ପୁରୀ: ଶ୍ରୀଜିଉଙ୍କ ବନକଲାଗି ପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ବିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ। ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ନୀତି ନିର୍ଘଣ୍ଟ ଅନୁସାରେ ସନ୍ଧ୍ୟା ୬ଟାରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବ। ସଂଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବାର ଅନୁମାନ କରାଯାଉଛି। ତେବେ ଆଜି ନୀତିକାନ୍ତି ବିଳମ୍ଭ ହେଲେ ସମୟ ବଦଳିଯାଇପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.