Latest Odisha News

BREAKING NEWS

ଦ୍ବିତୀୟ ପାଳିରେ ଭାରତ ତୃତୀୟ ଦିନ ସୁଦ୍ଧା 125/3

ଓଡ଼ିଶା ସମ୍ବାଦ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଦ୍ବିତୀୟ ପାଳିରେ ଭାରତ 3 ଉଇକେଟ ହରାଇ 125 ରନ କରିଛି । ଚେତେଶ୍ବର ପୂଜାରା 50 ରନ କରି ଅପରାଜିତ ଅଛନ୍ତି । ଋଷଭ ପନ୍ତ 30 ରନ କରି ଅପରାଜିତ ଅଛନ୍ତି । ଦ୍ବିତୀୟ ପାଳି ଭାରତ ଆରମ୍ଭ କରିବା ପରେ ପ୍ରାରମ୍ଭିକ ଝଟକା ଖାଇଥିଲା ଭାରତ । ଶୁଭମନ 4 ରନ କରି ଆଉଟ ହୋଇଥିବା ବେଳେ ହନୁମାନ 11 ରନ କରି ଆଉଟ ହୋଇଥିଲେ । ସେହିପରି ବିରାଟ କୋହଲି 20 ରନ କରି ଆଉଟ ହୋଇଥିଲେ । ଏବେ ଭାରତ 257 ରନ୍ ଅଗ୍ରଣୀ ହାସଲ କରିଛି ।

ସେପଟେ  ଇଂଲଣ୍ଡକୁ ଟିମ୍‌ ଇଣ୍ଡିଆ ପ୍ରଥମ ପାଳିରେ ୨୮୪ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି।  ଜସପ୍ରୀତ ବୁମାରଙ୍କୁ ୩ଟି, ମହମ୍ମଦ ସାମିଙ୍କୁ ୨ଟି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ୱିକେଟ୍‌ ମିଳିଛି।

ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୪୧୬ ରନ୍‌ ସଂଗ୍ରହ କରିଥିଲା। ଏଥିରେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜାଙ୍କ ଶତକ ସାମିଲ ଥିଲା।

Leave A Reply

Your email address will not be published.