Latest Odisha News

BREAKING NEWS

Caravan Bus: କୋଣାର୍କରୁ ଗଡିଲା କାରାଭାନ ବସ୍, ପର୍ଯ୍ୟଟକଙ୍କୁ ଦେବ ବିଳାସପୂର୍ଣ୍ଣ ଅନୁଭୂତି

କୋଣାର୍କ: ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି କାରାଭାନ ସେବା । ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଏହି ବସ ଗଡିବ । ଆଜି ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହାକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି ।

ବିକାଶ ଇକୋ ରିସର୍ଟ ପକ୍ଷରୁ ପର୍ଯ୍ୟଟନ ବିଭାଗ ସହଭାଗିତାରେ ଏହି ସେବା ଅର୍କକ୍ଷେତ୍ର କୋଣାର୍କରୁ ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ୧୩ ଜଣ ପର୍ଯ୍ୟଟକ କାରାଭାନ ବସ୍ ବୁକିଂ କରି କୋଣାର୍କରୁ ସାତକୋଶିଆ ଓ ଦେବ୍ରିଗଡ଼ ଯାତ୍ରା କରିଛନ୍ତି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱସ୍ତରୀୟ ସୁବିଧା ଥିବା ଏହି ଦୁଇଟି କାରାଭାନ୍‌ ଓଡ଼ିଶା ଆସୁଥିବା ପର୍ଯ୍ୟଟକମାନଙ୍କ ଅନୁଭୂତିକୁ ଆହୁରି ସୁନ୍ଦର ଏବଂ ଆକର୍ଷଣୀୟ କରିବାରେ ସହାୟକ ହେବ । ଏହି ୨ଟି ବିଳାସମୟ କାରାଭାନ୍‌ର ଶୁଭାରମ୍ଭ ଦୃଷ୍ଟିରୁ ଆଜିର ଦିନ ଓଡ଼ିଶାର ପର୍ଯ୍ୟଟନ ଇତିହାସରେ ଏକ ନିଆରା ଦିନ ହୋଇ ରହିବ ।

ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାହ୍କ ସହ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ବିକାଶ ଗୃପର ନିର୍ଦ୍ଦେଶକ ଭି ଶ୍ରୀନିବାସ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.