ନୂଆଦିଲ୍ଲୀ: ପୁଣି ବିଶ୍ବରେ ଚମକିଲେ ଅମ୍ବାନୀ । ଶ୍ରେଷ୍ଠ ଧନୀ ତାଲିକାରେ ସଭା ଆଗରେ ମୁକେଶ ଅମ୍ବାନୀ। ବିଶ୍ୱର ପ୍ରସିଦ୍ଧ ବ୍ୟବସାୟ ପତ୍ରିକା ଫୋର୍ବସରେ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଇଣ୍ଡିଆର ସବୁଠୁ ବଡ଼ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନରେ ରହିଛନ୍ତି। ଫୋର୍ବସ୍ ଅନୁଯାୟୀ ଶୀର୍ଷ ୧୦୦ ଧନୀ ତାଲିକାରେ ଅମ୍ବାନୀଙ୍କ ମିଳିତ ସମ୍ପତ୍ତି ହେଉଛି ୭୯୯ ବିଲିୟନ ଡ଼ଲାର୍। ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ୯୨ ବିଲିୟନ ଡଲାରର ସମ୍ପତ୍ତି ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ଗତ ବର୍ଷ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୈତମ ଆଦାନୀଙ୍କ ନାମ ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିଲା। ଏବେ ଆଦାନୀ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ହିଣ୍ଡେନବର୍ଗ ରିପୋର୍ଟ; ଆଦାନୀଙ୍କୁ ଘାଟା, ଅମ୍ବାନୀଙ୍କୁ ଲାଭ !
ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା ଆଦାନୀ ଗ୍ରୁପ୍ ଉପରେ ଏକ ନେଗେଟିଭ୍ ରିପୋର୍ଟ ପ୍ରକାଶ ପାଇବା ପରେ ଚଳିତ ବର୍ଷ ପ୍ରାରମ୍ଭରେ ଷ୍ଟକ୍ ବଜାରରେ ସମସ୍ତ ଆଦାନୀ କମ୍ପାନୀର ସେୟାରରେ ବହୁତ ହ୍ରାସ ଘଟିଥିଲା ଏବଂ ଏହି କାରଣରୁ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ଯଦିଓ ବର୍ତ୍ତମାନ ଆଦାନୀଙ୍କ ସମ୍ପତ୍ତିରେ ଯଥେଷ୍ଟ ଉନ୍ନତି ହୋଇଛି, ତାଙ୍କ ପରିବାର ସମେତ ତାଙ୍କର ମୋଟ ସମ୍ପତ୍ତି ୬୮ ବିଲିୟନ ଡ଼ଲାରକୁ ଖସି ଆସିଛି।
ନଜର ପକାନ୍ତୁ କାହାର କେତେ ସମ୍ପତି ଉପରେ-
- ମୁକେଶ ଅମ୍ବାନୀଙ୍କର ସଂପତି ୯୨ ବିଲିୟନ ଡଲାର
- ଗୌତମ ଆଦାନୀ ୬୮ ବିଲିୟନ ଡ଼ଲାର
- ଶିବ ନାଡାର ୨୯.୩ ବିଲିୟନ ଡଲାର
- ସାବିତ୍ରୀ ଜିନ୍ଦଲ ୨୪ ବିଲିୟନ ଡ଼ଲାର
ତେବେ କେବଳ ଫୋର୍ବସ ନୁହନ୍ତି ଅମ୍ବାନୀ ମଧ୍ୟ ହୁରୁନଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି । ନିକଟରେ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ମଧ୍ୟ ପ୍ରକାଶ ପାଇଛି। ଏହି ତାଲିକାରେ ମୁକେଶ ଅମ୍ବାନୀ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବର୍ଷକୁ ଚାରି ଗୁଣ ବୃଦ୍ଧି ପାଇଛି। ୨୦୧୪ରେ, ଅମ୍ବାନୀଙ୍କ ସମ୍ପତ୍ତି ୧୬୫,୧୦୦ କୋଟି ଥିଲା, ଯାହା ବର୍ତ୍ତମାନ ପ୍ରାୟ ୮୦୮,୭୦୦ କୋଟିରେ ପହଞ୍ଚିଛି।
ତେବେ ମନରେ ପ୍ରଶ୍ୱ ଆସୁଥିବ କିଭଳି ତିଆରି ହେଉଛି ଧନୀ ତାଲିକା। ମିଳିଥିବା ସୂଚନା ଅନୁଯାୟୀ ଭାରତରେ ପରିବାର, ବ୍ୟକ୍ତିବିଶେଷ, ଷ୍ଟକ୍ ଏକ୍ସଚେଞ୍ଜ, ଆନାଲିଷ୍ଟ ଏବଂ ନିୟାମକ ସଂସ୍ଥାଗୁଡ଼ିକରୁ ସଂଗୃହିତ ଅଂଶଧନ ଏବଂ ଆର୍ଥିକ ବିବରଣୀ ଉପରେ ତଥ୍ୟ ବ୍ୟବହାର କରି ଫୋର୍ବସ୍ ତାଲିକା ପ୍ରସ୍ତୁତ କରିଛି। ସେପ୍ଟେମ୍ବର ୨୨ ସୁଦ୍ଧା ଷ୍ଟକ୍ ମୂଲ୍ୟ ଏବଂ ବିନିମୟ ମୂଲ୍ୟ ଉପରେ ଆଧାର କରି ଏହି ଧନୀମାନଙ୍କ ସମ୍ପତ୍ତି ଗଣନା କରାଯାଇଛି।
Comments are closed.