Latest Odisha News

BREAKING NEWS

‘ଫୋର୍ବସ୍’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ଧନୀ ତାଲିକାର ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ‘ଫୋର୍ବସ୍‌’ର ବାର୍ଷିକ ଶ୍ରେଷ୍ଠ ଧନୀ ତାଲିକା-୨୦୨୪ । ଏଥର ପୁଣିଥରେ ବାଜି ମାରି ନେଇଛନ୍ତି ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏଥିରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ମୁକେଶ ଅମ୍ବାନୀ । ତେବେ ଚଳିତ ବର୍ଷ ଏହି ତାଲିକାରେ ୨୦୦ ଜଣ ଭାରତୀୟଙ୍କ ନାମ ରହିଛି । ଗତ ବର୍ଷ ତୁଳନାରେ ୩୧ ଜଣ ଅଧିକ ଲୋକଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି ।

ଏହି ୨୦୦ ଜଣ ଭାରତୀୟଙ୍କର ମିଳିତ ଧନ ୯୫୪ ବିଲିୟନ ଡ଼ଲାର ଅଟେ, ଯାହା ଗତ ବର୍ଷର ୬୭୫ ବିଲିୟନ ଡ଼ଲାର ତୁଳନାରେ ୪୧% ଅଧିକ । ଏହି ତାଲିକାର ଶୀର୍ଷରେ ଅଛନ୍ତି ମୁକେଶ ଅମ୍ବାନୀ, ତାଙ୍କର ମୋଟ ସମ୍ପତ୍ତି ୮୩ ବିଲିୟନ ଡ଼ଲାରରୁ ଚଳିତ ବର୍ଷ ୧୧୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ଏହା ସହିତ ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଥିବା ପ୍ରଥମ ଏସୀୟ ହୋଇଛନ୍ତି । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ସ୍ଥାନ ନବମ ସ୍ଥାନରେ ରହିଛି । ସେ ଉଭୟ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ।

ତେବେ ମୁକେଶଙ୍କ ତଳେ ଅର୍ଥାତ୍ ଦ୍ଵିତୀୟ ଧନୀ ଭାରତୀୟ ହୋଇଛନ୍ତି ଗୌତମ ଆଦାନୀ । ସେ ତାଙ୍କର ମୋଟ ସମ୍ପତ୍ତିରେ ଅଧିକ ୩୬.୮ ବିଲିୟନ ଡଲାର ଯୋଡିଛନ୍ତି । ବର୍ତ୍ତମାନ ସେ ୮୪ ବିଲିୟନ ଡଲାର ମୂଲ୍ୟ ସମ୍ପତ୍ତିର ମାଲିକ ହେବା ସହ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ୧୭ ତମ ସ୍ଥାନରେ ଅଛନ୍ତି । ସେହିପରି ସାବିତ୍ରୀ ଜିନ୍ଦଲ ଭାରତର ସବୁଠାରୁ ଧନୀ ମହିଳା ଅଟନ୍ତି, ଯିଏକି ବର୍ତ୍ତମାନ ଭାରତର ଚତୁର୍ଥ ଧନୀ ମହିଳା । ଗତ ବର୍ଷ ଷଷ୍ଠ ସ୍ଥାନରେ ଥିବା ବେଳେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୩୩.୫ ବିଲିୟନ ଡ଼ଲାର୍ । ତେବେ ଚଳିତ ବର୍ଷ ଏହି ତାଲିକାରୁ ବାୟଜୁ ରବିନ୍ଦ୍ରନ୍ ଏବଂ ରୋହିକା ମିସ୍ତ୍ରୀ ବାଦ ପଡିଛନ୍ତି ।

ଭାରତର ୧୦ ଜଣ ଧନୀ ବ୍ୟକ୍ତି:

ମୁକେଶ ଅମ୍ବାନୀ – ୧୧୬ ବିଲିୟନ ଡ଼ଲାର୍
ଗୌତମ ଆଦାନୀ – ୮୪ ବିଲିୟନ ଡ଼ଲାର୍
ଶିବ ନାଦର – ୩୬.୯ ବିଲିୟନ ଡ଼ଲାର୍
ସାବିତ୍ରୀ ଜିନ୍ଦଲ – ୩୩.୫ ବିଲିୟନ ଡ଼ଲାର୍
ଦିଲୀପ ଶାଙ୍ଗଭି – ୨୬.୭ ବିଲିୟନ ଡ଼ଲାର୍
ସାଇରସ୍ ପୁନାୱାଲା – ୨୧.୩ ବିଲିୟନ ଡ଼ଲାର୍
କୁଶଲ ପାଲ ସିଂ – ୨୦.୯ ବିଲିୟନ ଡ଼ଲାର
କୁମାର ବିର୍ଲା – ୧୯.୭ ବିଲିୟନ ଡ଼ଲାର
ରାଧାକୀଶାନ ଦାମନୀ – ୧୭.୬ ବିଲିୟନ ଡ଼ଲାର
ଲକ୍ଷ୍ମୀ ମିତ୍ତଲ – ୧୬.୪ ବିଲିୟନ ଡ଼ଲାର୍

Leave A Reply

Your email address will not be published.