Latest Odisha News

BREAKING NEWS

ମାଓ କ୍ୟାମ୍ପ ଠାବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଓଡ଼ିଶା-ଆନ୍ଧ୍ର ସୀମା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ୍ ଠାବ ସହ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ ।

ଜବତ ମାଓ ସାମଗ୍ରୀ ଭିତରେ ୧୯୦ଟି ଜିଲେଟିନ୍ ଷ୍ଟିକ୍, ୨୦ କେଜି ଓଜନର ଗୋଟିଏ ଆଇଇଡି, ୭ କେଜି ଓଜନର ୫ଟି ଆଇଇଡି, ୫ କେଜି, ୪ କେଜି, ୨ କେଜି ଓଜନର ଗୋଟିଏ ଲେଖାଏଁ ଆଇଇଡି, ୩ କେଜି ଓଜନର ୩ ଟି ଆଇଇଡି ସହ କିଛି ମାଓ ସାମଗ୍ରୀ ଜବତ ହୋଇଛି ।

ଖବର ମୁତାବକ, ଓଡିଶା ସୀମାନ୍ତରେ ଥିବା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ନେଇ ବେଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ପୋଲିସ ଓ ଯବାନ ଙ୍କ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଯେଉଁଥିରେ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ନେଇ ଜଣାବାକୁ ପାଇଥିଲେ ।

ଯବାନଙ୍କୁ ଦେଖି କ୍ୟାମ୍ପ ଛାଡି ଫେରାର ହୋଇଯାଇଛନ୍ତି ମାଓବାଦୀ । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ କୁ ଆହୁରି ଅଧିକ ଜୋରଦାର କରାଯାଇଛି ।

Leave A Reply

Your email address will not be published.