Latest Odisha News

ଭଦ୍ରକରେ ଜବରଦଖଲ ଉଚ୍ଛେଦ, ଚାଲିଲା ବୁଲଡୋଜର

ଭଦ୍ରକ: ଭଦ୍ରକ ସହରରୁ ବେଆଇନ୍ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଜବରଦଖଲ ହୋଇଥିବା ସମସ୍ତ ଜାଗା ଉପରେ ବୁଲଡୋଜର ଚଲାଇ ରାସ୍ତାକୁ ଆହୁରି ପ୍ରଶସ୍ତ କରାଯାଉଛି । ଏଥିପାଇଁ ମୋଟ ୪ ପ୍ଲାଟୁନ୍ ଫୋର୍ସ ସହ ୪ ଇନ୍ସପେକ୍ଟର, ସିଟି ଡିଏସପି, ତହସିଲଦାର ଉପସ୍ଥିତ ରହି ଉଠା ଦୋକାନଗୁଡିକୁ ରାସ୍ତାରୁ ହଟାଉଛନ୍ତି । ତେବେ ରାସ୍ତା ଉପରେ କିଛି ଉଠା ଦୋକାନୀଙ୍କ ଜବରଦଖଲ ପାଇଁ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବାରୁ କିଛି ଏପରି ପଦକ୍ଷେପ ନେଇଛି ପ୍ରଶାସନ ।

ତେବେ ପୂର୍ବରୁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ କରାଯାଇଥିଲା । ଯେଉଁମାନେ ରାସ୍ତା ଓ ଡ୍ରେନ ଉପରେ ବେଆଇନ ଭାବରେ ଦୋକାନ କରିଛନ୍ତି, ସେମାନେ ନିଜ ଆଡୁ ଏହାକୁ ହଟାଇ ଦିଅନ୍ତୁ  । ନହେଲେ ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ।

ଏହାକୁ ଜବରଦଖଲ ଦୋକନୀମାନେ ଖାତିର ନକରିବାରୁ ଗୁରୁବାର ପ୍ରଶାସନ ପକ୍ଷରୁ ବୁଲଡୋଜର ବୁଲି ସବୁ ଜବରଦଖଲ ହଟାଉଛି । ଜିଲ୍ଲାପାଳଙ୍କ ନେତୃତ୍ବରେ ଭଦ୍ରକ ସହରର ଅପର୍ତ୍ତି ବିନ୍ଧା ଛକଠାରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ଭଦ୍ରକର ପୁରୁଣା କଚେରି ରାସ୍ତା ପର୍ଯ୍ୟନ୍ତ ଉଚ୍ଛେଦ ଚାଲୁରହିବ । ଏହାପରେ ସେଠାରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ। ପରେ ଡାହାଣୀ ଗାଡିଆ ଛକ ପର୍ଯ୍ୟତ ଉଚ୍ଛେଦ ପ୍ରକ୍ରିୟା ଚାଲୁରହିବ । ଏହି ସମୟରେ ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତାହାଲେ ମୁତୟନ ଥିବା ପୋଲିସ୍ ଏନେଇ ଦୃଢ କାର୍ଯ୍ୟନୁଷ୍ଠାନ ନେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments are closed.