Latest Odisha News

BREAKING NEWS

ବିବାହରେ ବାଧ୍ୟତାମୂଳକ ଯୌନ ସମ୍ପର୍କ ବେଆଇନ ନୁହେଁ!

ମୁମ୍ବାଇ: ଏଣିକି ବିବାହ ପରେ ବାଧ୍ୟତାମୂଳକ ଯୌନ ସମ୍ପର୍କକୁ ବେଆଇନ କୁହାଯାଇପାରିବ ନାହିଁ। ମୁମ୍ବାଇ ହାଇକୋର୍ଟ ଶୁକ୍ରବାର ଏ ବାବଦରେ ଟିପ୍ପଣୀ ଦେଇଛନ୍ତି। ସ୍ୱାମୀଙ୍କ ଦ୍ୱାରା ଜବରଦସ୍ତ ଯୌନ ଶୋଷଣର ଶିକାର ହୋଇଥିବା ଜଣେ ମହିଳାଙ୍କ ଅଭିଯୋଗ ଶୁଣିବାବେଳେ ମୁମ୍ବାଇର ଅତିରିକ୍ତ ସେସନ୍ସ ବିଚାରପତି ସଞ୍ଜଶ୍ରୀ ଜେ ଘରାଟ କହିଛନ୍ତି ଯେ ପୁରୁଷ ମଧ୍ୟ ଏଥିପାଇଁ ଦାୟୀ ହୋଇପାରିବ ନାହିଁ।

“ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯୁବତୀ ଜଣକ ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ ମଧ୍ୟ ଆବେଦନକାରୀ (ସ୍ୱାମୀ ଏବଂ ପରିବାର) ଏଥିପାଇଁ ଦାୟୀ ରହିପାରିବେ ନାହିଁ। ଏଥିପାଇଁ ଆବେଦନକାରୀଙ୍କୁ ଜେରା ମଧ୍ୟ କରାଯାଇପାରିବ ନାହିଁ।

ଏହି ମାମଲା ନଭେମ୍ବର ୨୦୨୦ ରେ ବିବାହ କରିଥିବା ଦମ୍ପତିଙ୍କ ସଂକ୍ରାନ୍ତରେ। ଯାହା ପରେ ମହିଳା ଜଣକ କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏଥିସହ ସେ ଏହି କାରଣ ଯୋଗୁ ଅଣ୍ଟାରୁ ତଳକୁ ପକ୍ଷାଘାତ ରୋଗରେ ପୀଡିତ ଥିବା ମଧ୍ୟ ଅଭିଯୋଗ ହୋଇଛି।

Comments are closed.