Latest Odisha News

BREAKING NEWS

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ କ’ଣ କହିଲେ ସିଜେଆଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ‘ଗୁରୁତର’ ବର୍ଗରେ ରହିଥିବାରୁ ଶନିବାର ଭାରତର ପ୍ରଧାନ ବିଚାରପତି କେନ୍ଦ୍ରକୁ କହିଛନ୍ତି ଯେ ବାୟୁ ପ୍ରଦୂଷଣ ଏକ ଗୁରୁତର ପରିସ୍ଥିତିରେ ପହଞ୍ଚିଛି।

ସୁପ୍ରିମକୋର୍ଟରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସମ୍ପର୍କରେ ଏକ ଆବେଦନ ଶୁଣାଣି ବେଳେ ସିଜେଆଇ କହିଛନ୍ତି ଯେ ରାଜଧାନୀବାସୀ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି। ଏହାଛଡା ୨ ଦିନ ପାଇଁ ସମଗ୍ର ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି କରିବାକୁ ସିଜେଆଇ ପ୍ରସ୍ତାବ ଦେଇଛନ୍ତି।

ବାୟୁ ପ୍ରଦୂଷଣର ମୁକାବିଲା ପାଇଁ କେଉଁ ପଦକ୍ଷେପ ନେଇଛି ତାହା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ପଚାରିଛନ୍ତି।

ଏହାପୂର୍ବରୁ ଶୁକ୍ରବାର ଦିନ କର୍ତ୍ତୃପକ୍ଷ ଲୋକଙ୍କୁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ ରଖିବାକୁ ପରାମର୍ଶ ଦେଇଥିଲେ।ବାୟୁ ଗୁଣବତ୍ତା ଜରୁରୀକାଳୀନ ସ୍ତରକୁ ଆସିଥିବାରୁ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟକୁ ଅତି କମରେ ୩୦ ପ୍ରତିଶତ ହ୍ରାସ କରିବାକୁ କହିଥିଲେ।

Leave A Reply

Your email address will not be published.