Latest Odisha News

BREAKING NEWS

ଭାରତ ଭ୍ରମଣରେ ଆସିପାରି‌ବେ ବିଦେଶୀ ପର୍ଯ୍ୟଟକ; ଖୁବ୍‌ ଶୀଘ୍ର ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଦେଢ ବର୍ଷ ଧରି ତାଣ୍ଡବ ରଚୁଥିବା ମହାମାରୀ କରୋନାରୁ ଟିକାକରଣ ପରେ ସାମାନ୍ୟ ଆଶ୍ବସ୍ତି ମିଳିବା ପରେ ଭାରତରେ ପ୍ରଥମ ଥର ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିପାରେ ବୋଲି ଅଧିକାରୀମାନେ କହିଛନ୍ତି।

ମାର୍ଚ୍ଚ ୨୦୨୦ ଠାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ପ୍ରଥମ ପାଞ୍ଚ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ, ଆତିଥ୍ୟ ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ଭିସା ପ୍ରଦାନ କରାଯିବ।

ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ପାଇଁ କେନ୍ଦ୍ର ହିତାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।

ଆଗାମୀ ୧୦ ଦିନ ମଧ୍ୟରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଆସିପାରେ ଅର୍ଥାତ୍‌ ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରେ ବୋଲି ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

ଦେଶରେ କୋଭିଡ-୧୯ ମାମଲାର ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଉଛି ବୋଲି କୁହାଯାଇଛି।

Leave A Reply

Your email address will not be published.